Odisha News

କଟକର ମାଣିକଘୋଷ ବଜାରରେ ଗୋଟିଏ ପରିବାରର ୧୧ ଜଣ କରୋନା ପଜିଟିଭ ଟିହ୍ନଟ

କଟକ,୫/୭: କଟକର ମାଣିକଘୋଷ ବଜାରରେ କରୋନା ସଂକ୍ରମଣ ବ୍ୟାପିଥିବା ଜଣାଯାଇଛି। ସେଠାରେ ଗୋଟେ ପରିବାରରୁ ୧୧ ଜଣ କରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏହି ପରିବାରର ଜଣେ ସଦସ୍ୟଙ୍କ ବାହାଘର ଉତ୍ସବରେ ଯୋଗ ଦେବା ଲାଗି ଭଉଣୀ ଭୁବନେଶ୍ବରରୁ କଟକ ଆସିଥିଲେ। ବାହାଘର ଉତ୍ସବ ଶେଷ ହେବା ପରେ ଭଉଣୀ ଭୁବନେଶ୍ବର ଫେରିଯାଇଥିଲେ। ସେଠାରେ ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ତାପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ପରିବାରର ସମସ୍ତ ସଦସ୍ୟ ଘରୋଇ ସଙ୍ଗରୋଧରେ ଥିଲେ। ଏମାନେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି।

Related Posts

Seo wordpress plugin by www.seowizard.org.