Odisha News

ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ବୈାଦ୍ଧ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨/୧୧: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ଠିକା କର୍ମଚାରୀ ଭାବରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ଦାବିରେ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ବୌଦ୍ଧ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସ୍ୱାସ୍ଥ୍ୟ ବିଭାଗରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟ ଅଧିନରେ ଦୀର୍ଘ ୧୫ ବର୍ଷ ହେବ ନିରବଚ୍ଛିନ୍ନ ଭାବରେ ଠିକା କର୍ମଚାରୀ ଭାବରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ ସୁଦ୍ଧା ଓଡିଶା ସରକାର ସେମାନଙ୍କ ଦାବିକୁ କର୍ଣ୍ଣପାତ କରୁନାହାନ୍ତି ।
କିନ୍ତୁ ଚଳିତ ବର୍ଷ ଅକ୍ଟୋବର ୧୬ ତାରିଖରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟି ଅଧିନରେ କାର୍ଯ୍ୟରତ ଦଶ ହଜାରରୁ ଉର୍ଦ୍ଧ୍ୱ ପ୍ରକୃତ ଠିକା କର୍ମଚାରୀଙ୍କୁ ଛାଡି ଅନ୍ୟାନ ବିଭାଗର ୫୭ ହଜାର ଠିକା କର୍ମଚାରୀଙ୍କୁ ନିୟମିତ କରିଥିଲେ । ଯାହାଫଳରେ ଠିକା କର୍ମଚାରୀମାନେ ଦୁଃଖ ବଡିଯାଇଛି ।
ସରକାର ଠିକା କର୍ମଚାରୀଙ୍କ ନାର୍ଯ୍ୟ ଦାବିକୁ ଗୁରୁତର ସହ ବିଚାର କରି ଠିକା କର୍ମଚାରୀଙ୍କୁ ନିୟମିତ କରିବାକୁ ସେମାନେ ଦାବିକରିଛନ୍ତି । ଏହି ଦାବିପ୍ରଦାନ ସମୟରେ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀମାନେ ସାମିଲଥିଲେ ।
ବାମଣ୍ଡା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ
ବୌଦ୍ଧ,୧୨/୧୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ବାମଣ୍ଡା ଗ୍ରାମ ଠାରେ ଥିବା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ବାମଣ୍ଡାର ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ସାତ ନମ୍ବର ଜୋନ ଜିଲ୍ଲା ପରିଷଦର ସଦସ୍ୟ ବିଶ୍ୱଜିତ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ସ୍ଥାନିୟ ସରପଂଚ ଇନ୍ଦୁମତୀ ଝାଙ୍କର,ସମିତି ସଭ୍ୟା କୁମଦିନୀ ସେଠୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲଳିତ ଥାଟ୍ଟି ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚାନନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ସୁରେନ୍ଦ୍ର ସାହୁ କ୍ରୀଡାକୁ ପରିଚାଳନା କରିଥିଲେ । ଶିକ୍ଷୟତ୍ରୀ ବାସନ୍ତୀ ମଂଜୁରୀ ସୁନା ଧନ୍ୟବାଦ ପ୍ରଦାନ କରିଥିଲେ । କ୍ରୀଡା ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
ରାଜ୍ୟ ସ୍ତରୀୟ ଜୁନିୟର ବେଡମିଣ୍ଟନ ଚମ୍ପିୟାନସିପ ଉଦଘାଟିତ
ବୌଦ୍ଧ,୧୨ /୧୧: ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଦ୍ୱାରା ବୌଦ୍ଧ ସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ଆଜି ସଂଧ୍ୟାରେ ରାଜ୍ୟ ସ୍ତରାୟ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଘାଟିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଡିଆରଡିଏ ପିଡି ଅଶ୍ୱିନୀ କୁମାର ମେହେର, ଜିଲ୍ଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ପ୍ରତାପ ପ୍ରଧାନ, ଏସବିଆଇର ଆର.ଏମ୍ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ଥିଲେ ।
ତିନି ଦିନ ଧରି ହେବାକୁଥିବା ଏହି ପ୍ରତିଯୋଗୀତାରେ ରାଜ୍ୟର ୨୭ଟି ଜିଲ୍ଲାର ୧୨୦ଜଣ ବାଳକ ଓ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିବାପାଇଁ ପଂଜିକୃତ କରିଛନ୍ତି । ଏହି ପ୍ରତିଯୋଗୀତାକୁ ଓଡିଶା ବ୍ୟାଡମିଣ୍ଟନ ଆସୋସିଏସନ ଦ୍ୱାରା ମନୋନୀତ ରେଫୋରୀ ବିଜୟ କୁମାର ବାଘଙ୍କ ସମେତ ୧୪ଜଣ ଟେକନିକାଲ ଅଫିସିଆଲ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି ।

Related Posts

Seo wordpress plugin by www.seowizard.org.