Odisha News Ollywood News

ଓଡ଼ିଶା ପାଇଁ ଗୌରବ, ଦମନକୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ,୮/୧୦ : ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ରଭାବେ ‘ଦମନ’ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଚଳଚ୍ଚିତ୍ରର ପ୍ରଯୋଜକ ଏବଂ ଦୁଇ ନିର୍ଦ୍ଦେଶକ ଏହି ସମ୍ମାନ ଜନକୁ ପୁରସ୍କାର ଗ୍ରହଣ କରିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଯୋଜକ ଦୀପେନ୍ଦ୍ର ସାମଲ ଏବଂ ଦୁଇ ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟେଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।
ଜେପି ମୋସନ୍ ପିକ୍ଚର ବ୍ୟାନରେ ନିର୍ମିତ ଦମନ ଫିଲ୍ମ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ଆଧାରିତ ଅଟେ । ଦ- ଦୁର୍ଗମ ଅଞ୍ଚଳରେ, ମ-ମ୍ୟାଲେରିଆ ଏବଂ ନ-ନିରାକରଣକୁ ନେଇ ଫିଲ୍ମ ନିର୍ମିତ ହୋଇଥିଲା ।
ଯୁବ ଡାକ୍ତର ସିଦ୍ଧାର୍ଥ ଡାକ୍ତରୀ ପାଠ ଶେଷ କରିବା ପରେ ମାଲକାନଗିରି ଜିଲ୍ଲା ଉପାନ୍ତ ଅଞ୍ଚଳ ଜାନବାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଆନ୍ତି ।
ଆଉ ମାଲକାନଗିରିରେ ମ୍ୟାଲେରିଆ ଦୂରିକରଣ ପାଇଁ ନିଜକୁ କିଭଳି ଉତ୍ସର୍ଗ କରିଦିଅନ୍ତି ତାହା ଏଥିରେ ଦେଖିବାକୁ ମିଳିଥିଲା । ଦମନ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏହି ଫିଲ୍ମରେ ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କର କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି ।
ଏହି ଫିଲ୍ମରେ ଦେବୀ ପ୍ରସାଦ ମିଶ୍ର ଓ ବିଶାଲ ମୌର୍ଯ୍ୟଙ୍କ ନିର୍ଦ୍ଦେଶନା ଦେଇଥିବାବେଳେ ବାବୁ ସାନ ଓ ଦିପାନ୍ୱିତ ଦାଶମହାପାତ୍ରଙ୍କ ଚମତ୍କାର ଅଭିନୟ କରିଥିଲେ । ଚଳଚ୍ଚିତ୍ରଟି ଓଡ଼ିଶା ସମେତ ରାଜ୍ୟ ବାହାରେ ମଧ୍ୟ ମୁକ୍ତିଲାଭ କରିଥିଲା । ପରେ ଏହାକୁ ହିନ୍ଦୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.