Odisha News

ଗଜପତି :ଓଡ଼ିଶାରେ ପ୍ରଥମ ଗଜପତି ଜିଲ୍ଲାର ୭ ଟି ଧାନମଣ୍ଡିରେ ଚାଷୀଙ୍କ ପାଇଁ ଖୋଲିଲା କୃଷକ-କେଣ୍ଟିନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୧: ଓଡ଼ିଶା”ରେ ପ୍ରଥମ କରି ଗଜପତି ଜିଲ୍ଲାର ୭ ଟି ଧାନକ୍ରୟ ମଣ୍ଡିରେ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ମଣ୍ଡିକୁ ଆସୁଥିବା ଚାଷୀଙ୍କ ବିଶେଷ ସୁବିଧା ନିମନ୍ତେ ପାରଳାଖେମୁଣ୍ଡି ଆରଏମସି: ପକ୍ଷରୁ ଖୋଲା ଯାଇଛି କୃଷକ କେଣ୍ଟିନ ବା ଭୋଜନାଳୟ ।
ଚାଷୀ ମାନଙ୍କ ହିତ ପାଇଁ ଗଜପତି ଜିଲ୍ଲାର ୭ ଟି ମଣ୍ଡିରେ ଏଭଳି କୃଷକ କେଣ୍ଟିନ ତଥା ଭୋଜନାଳୟ ବ୍ୟବସ୍ଥାର ଆରମ୍ଭ କରାଯାଇ ସେଠାରେ ଚାଷୀ ମାନଙ୍କୁ ମାଗଣାରେ ଭୋଜନ ଯୋଗାଇ ଦିଆଯାଉଛି ।
. ଓଡ଼ିଶାରେ ପ୍ରଥମ କରି ଗଜପତି ଜିଲ୍ଲାରେ ଏଭଳି କୃଷକ କେଣ୍ଟିନ ବ୍ୟବସ୍ଥା ହୋଇଥିବା ୭ ଟି ଧାନକ୍ରୟ ମଣ୍ଡି ହେଲା:- ପାରଳାଖେମୁଣ୍ଡି , କାଶୀନଗର , ଗୁମ୍ମା , ଝାମି , ସିଧାମଡଙ୍ଗ , ଉପଲଡା ଓ ଗାରାବନ୍ଧ । ଏଠାରେ କୃଷକ କେଣ୍ଟିନ ତଥା ଭୋଜନାଳୟ ଖୋଲାଯାଇ ମଣ୍ଡିକୁ ଧାନ ନେଇ ଆସୁଥିବା ଚାଷୀ ମାନଙ୍କୁ ପାରଳାଖେମୁଣ୍ଡି ଆରଏମସି: ତଥା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ମାଧ୍ୟମରେ ମାଗଣା ଭୋଜନ ପ୍ରଦାନ କରାଯାଉଛି ।
ସୂଚନା ପ୍ରକାରେ ଜଣାଯାଇଛି ଯେ , ଗଜପତି ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୧୬ ହଜାର ଚାଷୀଙ୍କ ଠାରୁ ୫ ଲକ୍ଷ ୨୬ ହଜାର କ୍ୟୁଣ୍ଟାଲ ଧାନ ୪୫ ଟି ପ୍ରାଥମିକ ସମବାୟ ସମିତି ( ପେକସ) ମାଧ୍ୟମରେ ଏସଏଚଜି: ମାନଙ୍କ ଦ୍ଵାରା କ୍ରୟ କରାଯିବାକୁ ପ୍ରଶାସନିକ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି ।
ତେବେ ଚାଷୀ ମାନେ ବିଭିନ୍ନ ଗ୍ରାମାଞ୍ଚଳରୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ଧାନକୁ “ଧାନମଣ୍ଡିକୁ ବିକ୍ରି କରିବା ପାଇଁ ଆଣିଥାନ୍ତି।
ଏହି ସମୟ ମଧ୍ୟରେ ଧାନମଣ୍ଡି ଠାରେ ଚାଷୀ ମାନଙ୍କୁ ଧାଡ଼ିହୋଇ ଅପେକ୍ଷା କରିବାକୁ ପଡ଼ିଥାଏ । ଚାଷୀଙ୍କ ସେହି ସମୟର ଭୋକ-ଶୋଷକୁ ଦୂର କରିବା ପାଇଁ ଧାନମଣ୍ଡିରେ ଏଭଳି କୃଷକ-କେଣ୍ଟିନ ସୁବିଧାର ପରିକଳ୍ପନା କରି ଗଜପତି ଜିଲ୍ଲା ପ୍ରଶାସନ ପ୍ରଥମ କରି ଉପରୋକ୍ତ ୭ ଗୋଟି ଧାନମଣ୍ଡି ଠାରେ କୃଷକ-କେଣ୍ଟିନ ଖୋଲିବା ଆରମ୍ଭ କରି ଚାଷି ମାନଙ୍କୁ ମାଗଣାରେ ଭୋଜନ ପ୍ରଦାନ କରିବା ଏହା ଓଡ଼ିଶାରେ ପ୍ରଥମ ନଜିର ବୋଲି ପାରଳାଖେମୁଣ୍ଡି ଆରଏମସି: ସେକ୍ରେଟାରୀ ଶ୍ରୀ ଏଲ: ରଘୂବାବୁ ଏବଂ ଗଜପତି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି ।
ଧାନମଣ୍ଡି ଠାରେ ଚାଷୀ ମାନଙ୍କ ପାଇଁ ଏଭଳି କୃଷକ-କେଣ୍ଟିନ ବ୍ୟବସ୍ଥା ହୋଇଥିବା ସୂଚନା ପ୍ରକାରେ ଜଣାଯାଇଛି ଯେ , ଉପଲଡ଼ା ଧନମଣ୍ଡି ପାଇଁ ମୁକୁଡ଼ି-ଆମ୍ମା ଏସଏଚଜି: , କାଶୀନଗର ଧାନମଣ୍ଡି ପାଇଁ ବାଲାଜୀ ଏସଏଚଜି: , ଗାରାବନ୍ଧ ତାଳସିଂ ଧାନମଣ୍ଡି ପାଇଁ ଗଙ୍ଗୋତ୍ରି ଏସଏଚଜି: , ପାରଳାଖେମୁଣ୍ଡି – ଗୁମ୍ମା ଓ ରାଣୀପେଣ୍ଠ ଧାନମଣ୍ଡି ପାଇଁ ଜୟମା ଗାୟତ୍ରୀ ଏସଏଚଜି: ଏବଂ ସିଧା ମଡଙ୍ଗ ଧାନମଣ୍ଡି ପାଇଁ ଜୟ ମା ମଙ୍ଗଳା ଏସଏଚଜି: ଙ୍କ ଦ୍ଵାରା କୃଷକ-କେଣ୍ଟିନ ମାଧ୍ୟମରେ ଭୋଜନ ଯୋଗାଇ ଦେବାପାଇଁ ଦାୟିତ୍ଵ ନ୍ୟସ୍ତ କରା ଯାଇଥିବା ଆରଏମସି: ପକ୍ଷରୁ ଜଣାଯାଇଛି ।
ସେହିଭଳି , ଆଗାମୀ ଦିନରେ ଚାଷୀଙ୍କ ହିତ ପାଇଁ ଗଜପତି ଜିଲ୍ଲାର ଆଉ କେତେକ ଧାନମଣ୍ଡି ଠାରେ ମଧ୍ୟ ଏଭଳି କୃଷକ-କେଣ୍ଟିନ ତଥା ଭୋଜନାଳୟ ଆରମ୍ଭ କରାଯାଇ କୃଷକ ମାନଙ୍କୁ ମାଗଣା ଭୋଜନ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

Related Posts

Seo wordpress plugin by www.seowizard.org.