Odisha News

ଓଡ଼ିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’

ଭୁବନେଶ୍ୱର, ୪/୭: ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ‘ମିସନ ଶକ୍ତି’କୁ ଓଡ଼ିଶାରେ କାର‌୍ୟ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ ୱାନ୍ ଷ୍ଟପ ସେଣ୍ଟର, ମହିଳା ହେଲ୍ପ ଲାଇନ୍, ବେଟି ବଚାଓ ବେଟି ପଢାଓ, ମହିଳା ସଶକ୍ତୀକରଣ ପାଇଁ ହବ୍ ନିର୍ମାଣ, ସଖୀ ନିବାସ, ଶକ୍ତି ସଦନ, ଶିଶୁଗୃହ ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଭଳି କାର‌୍ୟ୍ୟକ୍ରମ ରହିଛି।
ଏହି ନିଷ୍ପତ୍ତି ଦ୍ୱାରା ଓଡିଶା ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ। ସୂଚନାଯୋଗ୍ୟ ଯେ ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ପୂର୍ଣ୍ଣ ଲାଭ ନେବା ପାଇଁ ନୂତନ ସରକାର ସ୍ଥିର କରିଛନ୍ତି।

Related Posts

Seo wordpress plugin by www.seowizard.org.