Odisha News

ଇଂଜିନିୟରଙ୍କୁ ହନି ଟ୍ରାପ କରି ଲୁଟ୍ ; ୩ ଅଭିଯୁକ୍ତ ଗିରଫ

କଟକ: ଲାଲବାଗ ଅଞ୍ଚଳର ଜଣେ ଯୁବକଙ୍କୁ ହନି ଟ୍ରାପ କରି ଲୁଟ୍‌ କରାଯାଇଛି । ଜଣେ ଯୁବ ଇଞ୍ଜିନିୟରଙ୍କୁ ଲୁଟ ଅଭିଯୋଗରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ସହ ୨୫ ହଜାର ଟଙ୍କା ଓ ତିନୋଟି ମୋବାଇଲ ଜବତ କଲା ଲାଲବାଗ ପୁଲିସ । ସେପଟେ ହନି ଟ୍ରାପରେ ସହଯୋଗ କରିଥିବା ଯୁବତୀ ଫେରାର ଥିବା ସୂଚନା । ହନିଟ୍ରାପର ମାଷ୍ଟର ମାଇଣ୍ଡ କଟକର ଏକ ପ୍ରତିଷ୍ଠିତ କଲେଜର ଲ୍ୟାବ ଆସିଷ୍ଟାଣ୍ଟ।

ଏହି ଘଟଣାରେ ସମ୍ପୃକ୍ତ ଯୁବତୀ ଫେରାର ହୋଇଯାଇଛି । ପୁଲିସ ଘଟଣାରେ ୨୫୫ ହଜାର ଟଙ୍କା, ଅଭିଯୋଗକାରୀଙ୍କ ଏଟିଏମ୍ ଓ ମୋବାଇଲ ଜବତ କରିଛି । ମୁଖ୍ୟ ଅଭିଯୁକ୍ତ କଟକର ଏକ ଘରୋଇ କଲେଜର ଚତୃର୍ଥ ଶ୍ରେଣୀ କର୍ମଚାରୀ ।ସେ ଇଞ୍ଜିନିୟରଙ୍କୁ ଯୁବତୀ ଯୋଗାଇ ଦେବା ପ୍ରଲୋଭନ ଦେଖାଇ କନିକା ଛକର ଏକ ଭଡା ଘରକୁ ନେଇଥିଲେ । ସେଠାରେ ପୂର୍ବରୁ ଜଣେ ଯୁବତୀ ଅପେକ୍ଷା କରିଥିଲେ । ଘର ଭିତରେ ଯୁବତୀଙ୍କ ସହ ଇଞ୍ଜିନିୟରିଙ୍କୁ ବସାଇ ଫଟୋ ଉଠାଇ ଏଟିଏମ ଛଡାଇ ନେଇଥିଲେ । ପରେ ଏଟିଏମରୁ ୨୫ ହଜାର ଟଙ୍କା ଉଠାଇ ନେବା ସହ ଏକ ଲକ୍ଷ ଟଙ୍କା ମାଗିଥିଲେ ।

Related Posts

Seo wordpress plugin by www.seowizard.org.