Odisha News

ଆସନ୍ତା ୨୪ ତାରିଖ ୨୪ରେ ପୌର ନିର୍ବାଚନ, ମୁତୟନ ହେବେ ୧୯୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର ୨୧/୩ : ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ହେବ ଭୋଟ ଗ୍ରହଣ । ୨୨ ତାରିଖ ସଂଧ୍ୟା ୫ଟାରେ ସରିବ ପ୍ରଚାର । ପୌର ନିର୍ବାଚନ ପାଇଁ ମୋଟ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।
ସେଥିମଧ୍ୟରୁ ବିଏମ୍ସି ପାଇଁ ୩୦, ସିଏମ୍ସି ପାଇଁ ୨୦, ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ରାଜ୍ୟ ନିର୍ବାଚନ କମିସନର ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପୌର ନିର୍ବାଚନ ପାଇଁ ମୋଟ ୩୦୦ ମୋବାଇଲ୍ ପାର୍ଟି ରହିବେ । ସେଥିମଧ୍ୟରୁ ୧୦୯ଟି ପାର୍ଟି ତିନୋଟି ମହାନଗର ନିଗମରେ ରହିବେ । ପ୍ରତି ବୁଥରେ ଜଣେ ଲେଖାଏଁ କନେଷ୍ଟବଳ କିମ୍ବା ହାବିଲଦାର କିମ୍ବା ଆର୍ମ ଫୋର୍ସ ରହିବେ ।
କ୍ଲଷ୍ଟର ବୁଥରେ ଜଣେ ପୋଲିସ ଅଫିସର ସହ ୱାନ ଫୋରଥ ଫୋର୍ସ ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଷ୍ଟ୍ରାଇକିଂ ଫୋର୍ସ ରହିବେ । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ଫୋର୍ସ ରହିବେ । ୫ ଟି ସ୍ଥାନରେ ବଡ଼ର ସିଲି ପଏଣ୍ଟ ରହିବ ।
ସେହିପରି ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତ୍ୟେକ ପୋଲିଂ ପାର୍ଟି ରେ ଜଣେ ପ୍ରିଜାଇଡିଂ ଅଫିସର ଆଉ ୪ ଜଣ ପୋଲିଂ ଅଫିସର ରହିବେ ।
ସମୁଦାୟ ୧୭୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ । ୪୩୭୩ ବୁଥରେ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ । ସମୁଦାୟ ୫୮ ଟି ୱାର୍ଡ ରେ ନିର୍ଦ୍ୱନ୍ଦରେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ୫ଟା ସୁଦ୍ଧା ସରିବ ନିର୍ବାଚନ ପ୍ରଚାର ।

Related Posts

Seo wordpress plugin by www.seowizard.org.