Odisha News

ନୂଆଗାଁ: ଚେକ୍ ଡ଼୍ୟାମ ନିର୍ମାଣ ପାଇଁ ଦାବୀ

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୩/୭ :ଆମ ଦେଶ ଭାରତ ଏକ କୃଷି ପ୍ରଧାନ ଦେଶ। ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଆମ ରାଜ୍ୟ ଓଡ଼ିଶା କୃଷି କ୍ଷେତ୍ରରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି । ରାଜ୍ୟ ସରକାର ଙ୍କ ଦ୍ଵାରା କୃଷି ର ଉନ୍ନତି ପାଇଁ ଏବଂ ଚାଷୀ ମାନଙ୍କୁ କୃଷି କ୍ଷେତ୍ରରେ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଦାୟିତ୍ଵ ହୀନତା ଯୋଗୁଁ ଚାଷୀ ମାନଙ୍କ ସମସ୍ୟା ସମାଧାନ ଉପରେ ଦୃଷ୍ଟି ଦିଆଯାଉନାହିଁ।ଯାହାଫଳରେ କୃଷି କାର‌୍ୟ୍ୟ ପାଇଁ ଚାଷୀ ମାନଙ୍କ ମଧ୍ୟରେ ଆଗ୍ରହ ପରିଲିଖିତ ହେଉନଥିବା ଜଣାପଡିଛି।ଏଭଳି ଏକ ସମସ୍ୟା ନୂଆଗାଁ ବ୍ଲକ୍ ସୋରଡ଼ା ପଞ୍ଚାୟତରେ ଦେଖିବାକୁ ମିଳିଛି।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସୋରଡ଼ା ପଞ୍ଚାୟତର ସୋରଡ଼ା ଗ୍ରାମର ଅଧିକାଂଶ ଲୋକ କୃଷି କାର‌୍ୟ୍ୟ କରି ପରିବାର ପୋଷଣ କରିଥାନ୍ତି।ସୋରଡ଼ା ଗ୍ରାମର ଚାଷୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ବିଭିନ୍ନ ଋତୁରେ ବିଭିନ୍ନ ଫସଲ କରି ସେଥିରୁ ଯାହା ଅମଳ ହୁଏ ତାହାକୁ ଖାଦ୍ୟ ରୂପେ ଗ୍ରହଣ କରି ଅବଶିଷ୍ଟ କୃଷି ଜାତ ଦ୍ରବ୍ୟ କୁ ବିକ୍ରୟ କରି ପରିବାର ପୋଷଣ କରିଥାନ୍ତି।କିନ୍ତୁ ଡ୍ୟାମ ପାଣି ଚାଷୀ ମାନଙ୍କ ଜମି ରେ ମାଡ଼ି ଜମିରେ ଗର୍ତ୍ତ ସୃଷ୍ଟି କରିବା ସହ ଜମିର ଉର୍ବରତ୍ତା ନଷ୍ଟ ହେଉଥିବା ଯୋଗୁ ଚାଷ କାର‌୍ୟ୍ୟ ପ୍ରଭାବିତ ହେଉଛି। ଡ୍ୟାମ ର ଅତ୍ୟଧିକ ପାଣି ଚାଷ ଜମିରେ ମାଡୁଥି ବା ଯୋଗୁ ଜମିର ଉର୍ବରତା ନଷ୍ଟ ହେବା ଯୋଗୁ ଫସଲ ଅମଳ ପ୍ରଭାବିତ ହେଉଛି। ଏପରିକି କରାଯାଇଥିବା ଫସଲ ଉପରେ ଡ଼୍ୟାମ ରୁ ପାଣି
ଚାଷ ଜମି ଗୁଡିକରେ ମାଡିଯାଇ ଗର୍ତ୍ତ ସୃଷ୍ଟି ହେବା ଦ୍ବାରା କରାଯାଇଥିବା ଫସଲ ନଷ୍ଟ ହେଉଛି। ଯାହାକି ଚାଷୀ ମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।ତେଣୁ ଏକ ଚେକ୍ ଡ୍ୟାମ ନିର୍ମାଣ କରାଯିବା ସହିତ କେନାଲ କରାଯିବାର ବ୍ୟବସ୍ଥା କରାଗଲେ ଚାଷୀ ମାନଙ୍କ ଚାଷ ଜମି ସୁରକ୍ଷିତ ରହି ପାରିବ ଯାହାଫଳରେ ଭଲ ଫସଲ ହୋଇପାରିବ ବୋଲି ଚାଷୀ ମାନେ ଦାବି କରିଛନ୍ତି।ଏହି ସମସ୍ୟା ପ୍ରତି ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଚାଷୀ ମାନେ ଦାବି କରିଛନ୍ତି।

Related Posts

Seo wordpress plugin by www.seowizard.org.