CBI arrests,Stock Exchange CEO ,Chitra Ramkrishna,N Odisha News

ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ, ମଧ୍ୟାହ୍ନ ୧୨ଟାରେ ୱେବସାଇଟରେ ହେବ ଉପଲବ୍ଧ

କଟକ,୧୭/୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି ସକାଳ ୧୦ଟାରେ ପ୍ରକାଶ ପାଇବ । ତେବେ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ଏହି ପରୀକ୍ଷା ଫଳ ବା ସ୍କୋର କାର୍ଡକୁ ଦିନ ୧୨ଟାରେ ଡାଉନଲୋଡ୍ କରିବାର ସୁଯୋଗ ପାଇବେ ।
ସୂଚନା ଅନୁସାରେ ଆସନ୍ତାକାଲି ବୋର୍ଡ ସଭାପତି ରାମାସିସ୍ ହଜାରାଙ୍କ ଦ୍ୱାରା ସକାଳ ୧୦ଟାରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା କରାଯିବ । ପରୀକ୍ଷାର୍ଥୀମାନେ ଦିନ ୧୨ଟାରୁ ନିଜ ସ୍କୋର କାର୍ଡକୁ ବୋର୍ଡ ୱେବସାଇଟରୁ ଡାଉନଲୋଡ୍ କରିପାରିବେ । ଏହା ସହିତ ଛାତ୍ରଛାତ୍ରୀମାନେ ଚାହିଁଲେ ୫୬୭୬୭୫୦କୁ ଏସଏମସ୍ ପଠାଇ ନିଜର ସ୍କୋର କାର୍ଡ ପାଇପାରିବେ । ବୋର୍ଡର ଦୁଇଟି ୱେବସାଇଟ୍ ବିଏସଇଓଡ଼ିଶାଡଟଏସିଡଟଇନ୍ ଏବଂ ବିଏସଇଓଡ଼ିଶାଡଟଏନଆଇସିଡଟଇନ୍ ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ ।
ଚଳିତବର୍ଷ ମୋଟ ୫.୩୨ଲକ୍ଷ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ଫିଲଅପ୍ କରିଥିଲେ ମଧ୍ୟ ମାର୍ଚ୍ଚ ୧୦ରୁ ୧୭ତାରିଖ ପର‌୍ୟ୍ୟନ୍ତ ହୋଇଥିବା ମାଟ୍ରିକ ପରୀକ୍ଷାରେ ପ୍ରାୟ ୧୩୦୫୮ଜଣ ପରୀକ୍ଷାର୍ଥୀ ବିଭିନ୍ନ କାରଣରୁ ପରୀକ୍ଷା ଦେଇନଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ୨୦୨୨ ମସିହା ମାଟ୍ରିକ ପରୀକ୍ଷାରେ ୯୦.୫୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର‌୍ୟ୍ୟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୮୧୧୯ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ୍ ଓ ୫୪୮୮୯ଜଣ ଏ୨ ଗ୍ରେଡ୍ ରଖିଥିଲେ ।

Related Posts

Seo wordpress plugin by www.seowizard.org.