Odisha News

ଆମ୍ବଗଛରୁ ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା,୨୬/୪: ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି ।
ଶୁକ୍ରବାର ସକାଳେ ସ୍ଥାନୀୟ ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ। ମୃତକ ଦ୍ବୟ ହେଲେ ସେହି ଗ୍ରାମର ସାଲଖାନ ମାରାଣ୍ଡି(୧୪) ଓ ମୁନୀ ମୁଖି(୧୮) । ଭିନ୍ନ ଭିନ୍ନ ଜାତିର ତଥା ବୟସ ତାରତମ୍ୟ ଏକ ବିଫଳ ପ୍ରେମର କରୁଣ ପରିଣତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଘଟଣାରେ ପୋଲିସ ପୃଥକ ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ମୃତଦେହ ଦୁଇଟି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆୀଏମ ମେଡିକାଲକୁ ପଠାଇ ଅଧିକ ତଦନ୍ତ କରୁଛି ।

Related Posts

Seo wordpress plugin by www.seowizard.org.