Odisha News

ଗଜପତି : ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗ୍ରିଡକୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୬: ପାରଳାଖେମୁଣ୍ଡି ସ୍ଥିତ ଗ୍ରିଡକୋ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ବନ୍ଦ କରିବା , ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଏବଂ ଅହେତୁକ ବିଦ୍ୟୁତ୍ ଦର ବୃଦ୍ଧି ବନ୍ଦ କରିବା ପ୍ରଭୃତି ଦାବିରେ ବିକ୍ଷୋଭ ଓ ଧାରଣା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ କଂଗ୍ରେସର ଦଳୀୟ ନେତା ଓ କର୍ମୀ ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ବିରାଟ ବିକ୍ଷୋଭ ପଟୁଆରରେ ବାହାରି ସହର ପରିକ୍ରମା କରି ଗ୍ରିଡକୋ କାର୍ଯ୍ୟାଳୟ ଠାରେ ପହଞ୍ଚି ସେଠାରେ ଗ୍ରିଡକୋ: ଓ ଟାଟା ପାୱାର ବିରୁଦ୍ଧରେ ଗର୍ଜିଥିଲେ ।
ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟ ଶକ୍ତି ବିଭାଗ ଏବଂ ଗ୍ରିଡକୋ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରା ଯାଇଥିଲା ।
ଦାବୀ ଗୁଡିକ ହେଲା:- (୧):- ଜିଲ୍ଲାରେ ବାରମ୍ବାର ହେଉଥିବା ଅଘୋଷିତ ବିଦ୍ୟୁତ୍ କାଟ ବନ୍ଦ କରାଯାଉ ଏବଂ ଗ୍ରାହକ ମାନଙ୍କୁ ଅନବରତ ଭାବେ ଗୁଣାତ୍ମକ ମାନର ବିଦ୍ୟୁତ୍ ସେବା ଯୋଗାଣ କରାଯାଉ ।(୨):- ଅହେତୁକ ବିଦ୍ୟୁତ୍ ଦରବୃଦ୍ଧିକୁ ତୁରନ୍ତ କମ କରାଯାଉ , (୩):- ବିଦ୍ୟୁତ୍ ଦେୟ ପ୍ରତି ମାସରେ ଏକ ନିର୍ଦ୍ଧିଷ୍ଟ ତାରିଖରେ ଆଦାୟ କରାଯାଉ , (୪):- ବକେୟା ବିଦ୍ୟୁତ୍ ଆଦାୟ ବେଳେ ଗ୍ରାହକଙ୍କ ଉପରେ ଜୋର୍ ଜୁଲୁମ କରି ଯେଉଁ ସୁଧ ସହ ବିଦ୍ୟୁତ୍ ଦେୟ ଆଦାୟ କରାଯାଉଛି , ସେଥିରୁ ତୁରନ୍ତ ନିବୃତ୍ତ ରୁହନ୍ତୁ , ନଚେତ୍ ପରିସ୍ଥିତି ପାଇଁ ସଂପୃକ୍ତ ଅଧିକାରୀ ମାନେ ଦାୟୀ ରହିବେ , (୫):- ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରା ଯାଉଥିବା ୧୫ ହଜାର କୋଟି ଟଙ୍କାର ଶ୍ୱେତପତ୍ର ସରକାର ତୁରନ୍ତ ପ୍ରକାଶ କରନ୍ତୁ।
ଉପରୋକ୍ତ ଏହି ୫ ଦଫା ଦାବି ଗୁଡ଼ିକ ତୁରନ୍ତ ଗ୍ରହଣ କରିବା ସହ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଯଦି ଏହି ଦାବିଗୁଡିକୁ ପ୍ରତି ଅଣଦେଖା କି ଟାଳଟୁଳ ନୀତି ଅବଲମ୍ବନ କରାଯାଏ , ତା ହେଲେ କଂଗ୍ରେସ ସାରା ଜିଲ୍ଲାରେ ବ୍ଲକ ସ୍ତର ପର୍ଯ୍ୟନ୍ତ ଜନ ଆନ୍ଦୋଳନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି ।
କଂଗ୍ରେସର ଏହି ବିକ୍ଷୋଭ ଓ ଧାରଣା ସମାବେଶ କାର୍ଯ୍ୟାକ୍ରମରେ ଶ୍ରୀ ବସନ୍ତ କୁମାର ପଣ୍ଡା , ଶ୍ରୀ ସଞ୍ଜୟ ଅଧିକାରୀ ଏବଂ ଲଳିତ ଦଣ୍ଡସେନା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।

Related Posts

Seo wordpress plugin by www.seowizard.org.