Odisha News

ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବିଶ୍ୱ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩/୧୧: ବିଶ୍ବ ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥଜୀଉ ଙ୍କ ନାମେ ରେକର୍ଡ ଭୁକ୍ତ ଦେବୋତ୍ତର ଜାଗାରୁ ଜବରଦଖଲ ଉଚ୍ଛେଦଦାବିରେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।
ଆଞ୍ଚଳିକ ବିକାଶପରିଷଦ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଧାରଣାରେଦିଆଯାଇଥିଲା । ଓଡ଼ଗାଁ ଶ୍ରୀ ରଘୁନାଥ କ୍ଷେତ୍ରଙ୍କ ନାମରେ ଖାତାନମ୍ବର ୮୫, ପ୍ଲଟ ନମ୍ବର ୧୪୧୬ରେ ୪ଡିସିମି ଦେବୋତ୍ତର ଜମିରେକର୍ଡ ଭୁକ୍ତ ରହିଛି । ଉକ୍ତ ଯାଗାକୁ ଖଲି ଗୌଡ ଦୀର୍ଘ ଦିନ ଧରିଜବରଦଖଲ କରିଛନ୍ତି ।
ଉକ୍ତ ଜମି ଉପରେ ଦୁଇ ମହଲା ଛାତ ଘରକରି ରହିବା ସହିତ ଭଡ଼ା ସୁତ୍ରେ ଲଗାଇଛନ୍ତି । ଆଞ୍ଚଳିକ ବିକାଶପରିଷଦ ତରଫରୁ ଏ ସମ୍ପର୍କରେ ବାରମ୍ବାର ପ୍ରଶାସନର ଦୃଷ୍ଟିଆକର୍ଷଣକରାଯିବାରୁ ନୟାଗଡ଼ ଦେବୋତ୍ତର ପ୍ରଶାସନଙ୍କ କାର୍ଯ୍ୟାଳୟ ସରଜମିନ ତଦନ୍ତ କରି ୨୦୨୧ ମସିହା ସେପ୍ଟେମ୍ବର ୨୯ତାରିଖ ନୋଟିସ ସଂଖ୍ୟା ୧୧୨୬ ଓ ୨୦୨୧ ମସିହା ଅକ୍ଟୋମ୍ବର ୨୫ତାରିଖ ନୋଟିସ ସଂଖ୍ୟା ୧୨୧୪ରେ ଖଲି ଗୌଡ଼ଙ୍କୁ ତୁରନ୍ତ ଜବରଦଖଲ ମୁକ୍ତ କରିବା ପାଇଁ ଆଦେଶ ଦିଆ ଯାଇଥିଲା ଜିଲ୍ଲାପ୍ରଶାସନ ଏବଂ କିଛି ନ୍ୟସ୍ତ ସ୍ବାର୍ଥବ୍ୟକ୍ତିପୃଷ୍ଠପୋଷକତାରେ ଉକ୍ତଜାରୁ ଜବରଦଖଲ ମୁକ୍ତ ହୋଇପାରିନଥିବା ଅଭିଯୋଗ ହୋଇଛି ।
ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଘଟଣାସ୍ଥଳରେ ପହଞ୍ଚି ଧାରାଣା ରତଆଞ୍ଚଳିକ ବିକାଶ ପରିଷଦ କର୍ମକର୍ତ୍ତାଙ୍କ ସହ ସମସ୍ୟା ସମ୍ପର୍କରେଆଲୋଚନା କରିଥିଲେ । ଉପଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବେ ବୋଲି ପ୍ରତିଶୃତି ଦେଇଥିବା ସୂଚନା ମିଳିଛି

Related Posts

Seo wordpress plugin by www.seowizard.org.