Odisha News

ଆଜି ହେଉଛି ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ

ସମ୍ବଲପୁର ୨୩/୧: ୨୩ ଜାନୁଆରୀ ୧୮୦୯ ଭାରତ ଇତିହାସର ଏକ ପ୍ରମୁଖ ଦିବସ । ଏହି ଦିନ ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ । ସମ୍ବଲପୁର ଜିଲ୍ଲାର ବୀର ମାଟି ଖିଣ୍ଡାରେ ତାଙ୍କର ଜନ୍ମ ।
ଆଜି ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ ।ଆଜିର ଦିନରେ ୧୮୦୯ ମସିହାରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମର ଜନ୍ମଗ୍ରହଣ କରିଥିଲେ ବୀରପୁତ୍ର ବୀର ସୁରେନ୍ଦ୍ର ସାଏ । ସୁରେନ୍ଦ୍ର ସାଏ ୨୮ ଫେବୃଆରୀ ୧୮୮୪ ମସିହାରେ ମଧ୍ୟପ୍ରଦେଶର ଆସିରଗଡ ଜେଲରେ ବନ୍ଦୀ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ତେବେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ବିରୁତାକୁ ଆଜିବି ସାରା ଦେଶ ମନେ ପକାଉଛି ଜ୍ଝ ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଜନ୍ମଜୟନ୍ତୀ ପାଳନ କରାଯାଉଛି ।ତେବେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଜୟନ୍ତ୍ରୀ ପାଳନ କରାଯାଉଛି ।

Related Posts

Seo wordpress plugin by www.seowizard.org.