Odisha News

ଆଉଟ୍‌ସୋର୍ସିିଂ କର୍ମଚାରୀ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୬ : ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଆଉଟସୋର୍ସିଂ କର୍ମଚାରୀ ଭାବରେ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରିବା ଦାବିରେ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବୌଦ୍ଧ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଂଗ୍ରହାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାପରେ ମହାସଂଘ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା ।
ମହାସଂଘ ପକ୍ଷରୁ ଦିଆଯାଇଥିବା ୧୦ ଦଫା ଦାବିପତ୍ରରେ ଆଉଟସୋର୍ସିଂ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇ ସ୍ୱଳ୍ପ ବେତନ ପାଉଥିବା କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଯିବା ସହିତ ତୁରନ୍ତ ସରକାର ସେମାନଙ୍କୁ ନିୟମିତ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯିବାକୁ ଦାବି କରିଛନ୍ତି ।
ଆଉଟସୋର୍ସିଂ ସଂସ୍ଥା ଗୁଡିକ ଦ୍ୱାରା ବଭିନ୍ନ ପ୍ରକାର ଶୋଷଣର ଶୀକାର ହେଉଥିବା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମିଳୁଥିବା ସୁବିଧା ସୁଯୋଗ ପର୍ଯ୍ୟାପ୍ତ ନଥିବା ଅଭିଯୋଗ କରାଯାଇଛି ।
ତେଣୁ ରାଜ୍ୟ ସରକାର ଆଉଟସୋର୍ସିଂ କର୍ମଚାରୀଙ୍କ ନାର୍ଯ୍ୟ ଦାବିକୁ ଗୁରୁତର ସହ ବିଚାର କରି ସେମାନଙ୍କୁ ତୁରନ୍ତ ନିୟମିତ କରିବାକୁ ଦାବିକରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓ ଜିଲ୍ଲାପାଳଙ୍କ ଜରିଆରେ ଏହି ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।
ଶାଶୁ ହତ୍ୟା କାରୀ ଜ୍ୱାଇଁକୁ ଆଜୀବନ କାରାଦଣ୍ଡାଦେଶ
ବୌଦ୍ଧ,୨୫/୬ : ବୌଦ୍ଧ ଜିଲ୍ଲା ଦୌରଜଜ ବିକ୍ରମ କୁମାର ପ୍ରଧାନ ଶୁକ୍ରବାର ଦିନ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଜ୍ୱାଇଁକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ମାମଲାରୁ ପ୍ରକାଶ ଯେ ବାଉଁଶୁଣୀ ଥାନା ତେନ୍ତୁଲିପାଲି ଗ୍ରାମର ସାନୁଜ ଖଟୁଆ ଗୁଡପଡା ଗ୍ରାମର ସୁର୍ଯ୍ୟକାନ୍ତି ଖଟୁଆଙ୍କୁ ବିବାହ କରିଥିଲେ ।
ସୂର୍ଯ୍ୟକାନ୍ତିଙ୍କ ମା ବେଟିଖାଇ ସାହୁ ବାଉଁଶୁଣୀ ଥାନା ଅନ୍ତର୍ଗତ ଗଜରାଜପୁର ଗ୍ରାମରେ ଭଡା ଘରେ ରହୁଥିଲେ । ଗତ ୧୯.୧.୨୦ ତାରିଖରେ ସାନୁଜ ସ୍ତ୍ରୀ ସୂର୍ଯ୍ୟକାନ୍ତିଙ୍କୁ ବାଡାପିଟା କରିବାରୁ ସୁର୍ଯ୍ୟକାନ୍ତି ଗଜରାଜପୁର ମା ପାଖକୁ ପଳାଇଆସିଥିଲେ ।
ଗତ ୨୦.୧.୨୦ରେ ସାନୁଜ ଗଜରାଜପୁର ଗ୍ରାମକୁ ଆସି ସୁର୍ଯ୍ୟକାନ୍ତିଙ୍କୁ ପିଟାମରା କରିବା ସହ ଶାଶୁ ବେଟିଖାଇ ସାହୁକୁ ପଥରରେ ଛେଚି ମାରିଦେଇଥିଲା । ଏନେଇ ସୁର୍ଯ୍ୟକାନ୍ତି ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବାଉଁଶୁଣୀ ଥାନା ପକ୍ଷରୁ ଥାନା କେସନଂ ୧୦/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା । ପୁଲିସ ଏହି ଘଟଣାରେ ସାନୁଜକୁ ୨୨.୧.୨୦ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାଟି ପରବର୍ତ୍ତୀ ସମୟରେ ଜିଲ୍ଲା ଦୌରଜଜଙ୍କ ଅଦାଲତରେ ଏସଟି କେସନଂ ୩୨/୨୦ ହୋଇ ବିଚାର ହୋଇଥିଲା ।
ସରକାରଙ୍କ ପକ୍ଷରୁ ୧୭ ଜଣ ସାକ୍ଷୀ ଓ ଅଭିଯୁକ୍ତ ପକ୍ଷରୁ ୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଦାଲତ ଶୁକ୍ରବାର ଦିନ ଅଭିଯୁକ୍ତ ଜ୍ୱାଇଁ ସାନୁଜ ଖଟୁଆକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ମାମାଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।
ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପକ୍ଷରୁ ବୌଦ୍ଧ ବଡଦାଣ୍ଡରେ ବସ୍ତ୍ର ବିତରଣ
ବୌଦ୍ଧ,୨୫/୬ : ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘’ଉତ୍ସର୍ଗ’’ ପକ୍ଷରୁ ବୌଦ୍ଧ ବଡଦାଣ୍ଡରେ ବସ୍ତ୍ର ବିତରଣ କରାଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘’ଉତ୍ସର୍ଗ’’ ପକ୍ଷରୁ ବିଗତ ୫ ବର୍ଷ ହେଲା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ନୂଆ ଓ ପୁରୁଣା ବସ୍ତ୍ର ସଂଗ୍ରହ କରି ଦରକାର କରୁଥିବା ଲୋକଙ୍କ ମଧ୍ୟରେ ବିତରଣ କରାଯାଉଛି । ଇତି ମଧ୍ୟରେ ୫ ହଜାରରୁ ଉର୍ଦ୍ଧ ଲୋକଙ୍କୁ ସଂଗୃହିତ ହୋଇଥିବା ଏହି ନୂଆ ଓ ପୁରୁଣା ବସ୍ତ୍ର ଯୋଗାଇ ଦିଆଯାଇଛି ।
ଉତ୍ସର୍ଗ’’ର ଆବାହକ ସଂପଦ କୁମାର ଅଗ୍ରୱାଲାଙ୍କ ସହଯୋଗରେ, ଓମ୍‌କାର ପୁରୋହିତ, ଦିପକ ମହାରଣା, ମିଥୁନ ସାହୁଙ୍କ ସମତେ ଅନ୍ୟମାନେ ବସ୍ତ୍ର ବିତରଣ କାର୍ଯ୍ୟକ୍ରମରେ ନିଜର ସେବା ପ୍ରଦାନ କରିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ’’ ପକ୍ଷରୁ ଅମୁଲ୍ୟ ଆହାର ଯୋଜନା ମାଧ୍ୟମରେ ପ୍ରତି ରବିବାର ସଂନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରୋଗୀଙ୍କ ନିକଟ ସଂପର୍କିୟ , ଗରିବ ଏବଂ ମାନସିକ ଭିନ୍ନକ୍ଷମ ମାନଙ୍କୁ ରାତ୍ରୀ ଭୋଜନ ବିତରଣ କରି ଅନ୍ନସେବା କରାଯାଉଅଛି ।
ଡ,ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ୭୧ ତମ ବଳିଦାନ ଦିବସ ପାଳିତ
ବୌଦ୍ଧ,୨୫/୬: ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଭାରତୀୟ ଜନସଂଘ ସଂସ୍ଥାପକ ଡ.ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ୭୧ ତମ ବଳିଦାନ ଦିବସ ଜିଲ୍ଲା ର ୧୦ ଗୋଟି ମଣ୍ଡଳ ଓ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ,ସମସ୍ତ ବୁଥ ସ୍ତରରେ ମହାସମାରୋହରେ ପାଳିତ କରାଯାଇଥିଲା । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କହ୍ନେଇ ଚରଣ ଡ଼ାଙ୍ଗ , ତାପସ ପଟ୍ଟନାୟକ , ଶ୍ୟାମ ସୁନ୍ଦର ପୁରୋହିତ,ସୁଶାନ୍ତ ବାଘ, ମନୋରଞ୍ଜନ ଦାସ, ନମିତା ରାଣୀ ଦାସ, ନିରଞ୍ଜନ ଦାନୀ, ନବୀନ ହୋତା, ବାମନ ବାରିକ , ମାଗୁଣି ଗାଈଗୌରୀଆ,, ବିଶି କେଶନ ମେହେର, ରାଜ କୁମାର ମେହେର, ବୈକୁଣ୍ଠ ପ୍ରଧାନ,ଶମ୍ଭୁ ପ୍ରଧାନ,ସୁରେଶ ମହାକୁଡ, ତପନ କୁମାର ଡାଙ୍ଗ, ଙ୍କ ସମେତ ମଣ୍ଡଳ ସଭାପତି ଓ ବିଜେପି ନେତୃବୃନ୍ଦ ପ୍ରମୁଖ ଯୋଗଦାନ୍ କରିଥିଲେ ।

Related Posts

Seo wordpress plugin by www.seowizard.org.