Odisha News

ଆଇନଜୀବୀ ସୁରକ୍ଷା ବିଲ ଦାବୀ କଲା ବୌଦ୍ଧ ଜିଲ୍ଲା ଓକିଲ ସଂଘ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୯: ଉତ୍ତର ପ୍ରଦେଶ ରାଜ୍ୟର ଗାଜିଆବାଦ ଠାରେ ଜୈନିକ ଆଇନଜିବୀଙ୍କୁ ଅତି ନିର୍ମମ ଭାବେ ହତ୍ୟା ଘଟଣାର ସାରା ରାଜ୍ୟରେ ଆଇନଜୀବୀ ମାନେ ନିନ୍ଦା କରିବା ସହ ସୋମବାର ଦିନ ପ୍ରିତିବାଦ ଦିବସ ରୁପେ ପାଳନ କରିଛନ୍ତି । ଏନେଇ ବୌଦ୍ଧ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସଭାପତି ଧୁରୀଣ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।
ଗାଜିଆବାଦ ଘଟଣାରେ ସମସ୍ତ ଆଇନଜୀବୀ ମାନେ ନିନ୍ଦା କରିଥିଲେ । ଆଇଜନୀବୀ ସୁରକ୍ଷା ବିଲ ଓ କାର୍ଯ୍ୟସ୍ଥଳରେ ଆଇଜିବୀଙ୍କ ସୁରକ୍ଷା ନେଇ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଦାବୀ ପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ୟ୍ର ଭଂଜନ ମଦନମୋହନ ପାତ୍ରଙ୍କୁ ପ୍ରଦାନ କରିଥିଲେ । ଦାବୀପତ୍ର ପ୍ରଦାନ ସମୟରେ ସଂଘର ସଭାପତି ଧୁରୀଣ କୁମାର ଦେହୁରୀ, ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ଦାଶ, ବରିଷ୍ଠ ଆଇନଜିବୀ ତାରେଣୀ କୁମାର ମହାପାତ୍ର, ଅଶୋକ ସାହୁ, ଶିବପ୍ରସାଦ ପଣ୍ଡା,ଜ୍ଞାନରଂଜନ ପଟ୍ଟନାୟକ, ଅମ୍ରିତ ପ୍ରଧାନ, ଦେବରଂଜନ ବିଶି, ସାଲେନୀ ଷଡଙ୍ଗୀଙ୍କ ସମେତ ବହୁ ସଂଖ୍ୟାରେ ଆଇନଜୀବୀ ମାନେ ସାମିଲ ଥିଲେ ।

ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ମଦ କାରବାର: ମଦ ଯୋଗୁଁ ସଡକ ଦୁର୍ଘଟଣା ଓ ହିଂସା ବେଲଗାମ ହେଇଛି

ବୈାଦ୍ଧ,୬/୯: ବୈାଦ୍ଧଜିଲ୍ଲାରେ ବେଆଇନ ଭାବରେ ମଦ ବ୍ୟବସାୟ ଦିନକୁ ଦନ ବୃଦ୍ଧି ପାଉଥିବାରୁ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ସରକାର ବେଆଇନ ଭାବରେ ମଦ ବିକ୍ରି ଉପରେ ରୋକ ଲଗାଇଥିଲେ ମଧ୍ୟ ଜିଲ୍ଲାରେ ଖୁଲମ ଖୁଲା ବିକ୍ରି ହେଉଛି । ବୈାଦ୍ଧଜିଲ୍ଲାରେ ସରକାରୀ ନିୟମ କାର୍ଯକାରୀ ହେଉନଥିବା ଅଭିଯୋଗ ହେଉଛି ।
ଯାହାଫଳରେ ଜିଲ୍ଲା ଦିନକୁ ଦିନ ବେଆଇନ ମଦ ଦୋକାନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବେଆଇନ ଭାବରେ ଚାଲିଥିବା ମଦ ଦୋକାନକୁ ବନ୍ଦ କରିବାରେ ପ୍ରଶାସନର ଆନ୍ତରିକତାର ଅଭାବ ଦେଖିବାକୁ ମିଳିିଛି । ମିଳିଥିବା ସୂଚନା ଅନୁଯାଇ, ଜିଲ୍ଲାରେ ସରକାରୀ ଭାବରେ ୧୩ଟି ବିଦେଶୀ ମଦ ଦୋକାନ ରହିଥିବା ବେଳେ ଗୋଟିଏ ଅଫ ସପ ରହିଛି । ସେହିପରି ୩୦ଟି ଦେଶୀ ମଦ ଭାଟି ରହିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ବନ୍ଦ ରହିଛି ।
କଣ୍ଟାମାଳ ବ୍ଲକରେ ୧୪ ଦେଶୀ ଭାଟି ରହିଥିବା ବେଳେ ୪ ଗୋଟି ବିଦେଶୀ ମଦ ଦୋକାନ ରହିଛି । ସେହିପରି ବୌଦ୍ଧ ବ୍ଲକରେ ୭ଟି ଦେଶୀ ଭାଟି ଓ ୨ଟି ବିଦେଶୀ ମଦ ଦୋକାନ ରହିଛି । ହରଭଙ୍ଗ।। ବ୍ଲକରେ ୮ଟି ଦେଶୀ ଭାଟିରୁ ରୁ ଗୋଟେ ବନ୍ଦ ରହିଛି ଓ ୪ଟି ବିଦେଶୀ ମଦ ଦୋକାନ ରହିଛି । ସେହିପରି ବୌଦ୍ଧ ସହରରେ ଗୋଟିଏ ଦେଶୀ ଭାଟି ରହିଥିବା ବେଳେ ୩ଟି ବିଦେଶୀ ମଦ ଦୋକାନ ଓ ଗୋଟିଏ ଅଫ ସପ ରହିଛି । ଜିଲ୍ଲାରେ ସରକାରୀ ମଦ ଦୋକାନ ଛାଡି ଦେଲେ ଶତାଧିକ କୁଚିଆ ମଦ ଦୋକାନ ଖୋଲାଯାଇ ଖୁଲମ ଖୁଲା ବ୍ୟବସାୟ କରାଯାଉଛି ।
ଏପରିକି ଯେଉଁସ୍ଥାନମାନଙ୍କରେ ନିଶେଧାଞ୍ଚଳ ଭାବରେ ପରିଚିତ ସ୍ଥାନମାନଙ୍କରେ ଖୁଲଖୁଲା ବେଆଇନ ଭାବରେ ମଦ ବ୍ୟବସାୟ ଚାଲୁଛି । ଜିଲ୍ଲାରେ ମଦ ବିରୋଧରେ ବିଭିନ୍ନ ସମୟରେ ମହିଳାମାନେ ରାଜରାସ୍ତା ଅବରୋଧ ସହିତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମଦ ମାଫିଆମାନଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଓ ରାଜସ୍ୱ ବୃଦ୍ଧି ଆଳରେ ମାଫିଆମାନଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ହୋଇପାରୁ ନାହିଁ କି ବେଆଇନ ମଦବିକ୍ରି ବନ୍ଦ ହେଉନାହିଁ ।
ଯାହାଦ୍ୱାରା ବେଆଇ ଭାବରେ ମଦ ବ୍ୟବସାୟ ଖୁଲମଖୁଲା ଚାଲୁଛି । ମଦକୁ ନେଇ ଜିଲ୍ଲାରେ ପ୍ରତିଦିନ ପାରିବାରିକ କଳହ ସହିତ ବଡ ବଡ ହିଂସା ସବୁ ଦେଖାଦେଉଥିବା ବେଳେ ଏପରିକି ବିଭିନ୍ନ ସମୟରେ କଥା ଥାନା, କୋର୍ଟ ,କଚେରୀ ପର୍ଯ୍ୟନ୍ତ ପହଞ୍ଚୁଛି । ମଦ ଯୋଗୁଁ ଜିଲ୍ଲାରେ ସଡକ ଦୁର୍ଘଟଣା ଏକ ପ୍ରମୁଖ କାରଣ ରହିଛି ।
ଜିଲ୍ଲାର ଦେଇ ଯାଇଥିବା ଜାତୀୟରାଜପଥ, ରାଜ୍ୟରାଜପଥ ଆଦି ରାସ୍ତା କଡମାନଙ୍କରେ ଖୁଲମଖୁଲା ମଦ ବ୍ୟବସାୟ କରାଯାଉଛି । ଏହିସବୁ ସ୍ଥାନମାନଙ୍କରୁ ମଦ୍ୟପାନ କରି ଗାଡିମଟର ଚଳାଉଥିବାରୁ ପ୍ରତିଦିନ ଛଟବଡ ଦୁର୍ଘଟଣାମାନ ଘଟୁଛି । ଏପରିକି ପ୍ରତିଦିନ କେଉଁଠିନା କେଉଁଠି ଦୁର୍ଘଟଣାରେ ଧନ ଜୀବନ କ୍ଷତି ହେଉଥିବାର ସୁଚନା ମିଲୁଛି ।
ଏପରିକି ମଦ ବିରୋଧରେ ଯେଉଁମାନେ ସ୍ୱର ଉତ୍ତୋଳନ କରୁଛନ୍ତି । ସେମାନଙ୍କୁ ଧମକ ଚମକ ଦେଇ ଚପାଇ ଦେବାକୁ ଯୋଜନା କରାଯାଉ ଥିବାର ଅଭିଯୋଗ ହେଉଛି । ପ୍ରଶାସନ ଗୋଟିଏ ପାଖରେ ମଦ୍ୟପାନ କରି ଗାଡିମଟର ନ ଚଳାଇବା ପାଇଁ ସଚେତନତା କରାଉଥିବା ବେଳେ ଅନ୍ୟ ପାଖରେ ଜିଲ୍ଲାରେ ଶହଶହ ବେଆଇ ଭାବରେ ମଦ ଦୋକାନ ଖୋଲାଉଛି ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।
ଯାହାକି ପ୍ରଶାସନର ଦୋହରା ନିତି ପଦାକୁ ଆସୁଛି । ଏପରିକି ବର୍ତ୍ତମାନ ଏହାକୁ ଅନେକ ଯୁବପିଢି ନିଜର ସଉକ କରି ସାରିଛନ୍ତିି । ରାସ୍ତାକଡରେ ବି ଖୁଲମ ଖୁଲା ମଦ୍ୟପାନ କରାଯାଉଥିବାର ଦେଖିବାକୁ ମିଳୁଛି । ଏପରିକି ବିଭିନ୍ନ ସମୟରେ ଛୋଟଛୋଟ କଥାକୁ ନେଇ ଗଣ୍ଡଗୋଳ ହେଉଛି । ଯାହାକି ପରବର୍ତ୍ତି ସମୟରେ ଏକ ଭୟଙ୍କର ରୂପ ନେଉଛି । ପ୍ରଶାସନ ଯଦି ଏବେଠୁ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତାହାହେଲେ ମଦକୁ ନେଇ ଜିଲ୍ଲାରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏନେଇ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ପଚାରିବାରୁ ଜିଲ୍ଲାରେ ବେଆଇନ ମଦ କାରବାରକୁ ରୋକିବା ପାଇଁ ପ୍ରତିଦିନ ଚଢାଉ ଜାରି ରହିଛି । ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ
ବୌଦ୍ଧ,୬/୯: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ସଂସ୍କୃତ ଦିବସ ପାଳନ ସହ ଆସନ୍ତା ୭ ତାରିଖରୁ ସଂସ୍କୃତ ସମ୍ଭାଷଣ ଶିବିରର ଉଦଘାଟନ କରାଯାଇଛି ।
ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଉଦବୋଧନ ଦେଇଥିଲେ । ରାଜନୀତି ବିଜ୍ଞାନ ବିଭାଗ ର ମୁଖ୍ୟା ଡଃ ସୁଜାତା ସାହୁ ଓଡିଆ ବିଭାଗର ମୁଖ୍ୟ ଡଃ ଶରତ୍ ଚନ୍ଦ୍ର ପତି ଅଧ୍ୟାପକ ପ୍ରତାପ କୁମାର ରଥ, ଅଧ୍ୟାପକ ଅଜିତ୍ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସମ୍ଭାଷଣ ଶିବିର ଆସନ୍ତା ୭ ତାରିଖ ରୁ ୧୬ ତାରିଖ ପର‌୍ୟ୍ୟନ୍ତ ପରିଚାଳିତ ହେବ ବୋଲି ଘୋଷଣା କରାଗଲା ।

ଗଂଜେଇ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୬/୯: ବୌଦ୍ଧଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ଏକ ଗଂଜେଇ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶଯେ ଗତ ୩୧.୭.୨୦୧୫ ତାରିଖରେ ବୌଦ୍ଧ ଅବକାରୀ ବିଭାଗର କର୍ମଚାରୀ ମାନେ କଂଟାମାଳ ଥାନା ଅର୍ନ୍ତଗତ ମାତାକୁପା ଘାଟିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ମଟର ସାଇକେଲର ଅଭିଯୁକ୍ତ ଜଣକ ଆସୁଥିବା ବେଳେ ଅବାକାରୀ କର୍ମଚାରୀ ମାନେ ତାକୁ ସନ୍ଦେହରେ ଅଟକାଇଥିଲେ । ଅଭିଯୁକ୍ତ ପାଖରୁ ଏକ ଜରିବ୍ୟାଗରେ ୫ କେଜି ଗଂଜେଇ ଜବତ କରିବା ସହ ମଟରସାଇକେଲକୁ ମଧ୍ୟ ଜବତ କରିଥିଲେ ।
ଅଭିଯୁକ୍ତ ଜଣକ ଥିଲେ ଅନୁଗୋଳ ଜିଲ୍ଲା କଣିହା ଥାନା କାକୁଡିଆ ଗ୍ରାମର ବିଜୟ କୁମାର ଦାସ ( ୪୩) । ଅବକାରୀ କର୍ମଚାରୀ ମାନେ ଗଂଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏକ ମାମଲା ରୁଜୁ କରି ବିଚାର ପାଇ କୋର୍ଟକୁ ପଠାଇଥିଲେ ।
ଏହି ମାମଲାଟି ପରିବର୍ତି ସମୟରେ ବୌଦ୍ଧଜିଲ୍ଲା ଦୌରାଜଜଙ୍କ ଅଦାଲତରେ (୨ଏସିସି ୨/୧୫ )ହୋଇ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୩ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ପ୍ରମାଣ ଅଭାବରୁ ଅଦାଲତ ଅଭିଯୁକ୍ତ ବିଜୟ କୁମାର ଦାଶଙ୍କୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ତାରେଣୀ କୁମାର ମହାପାତ୍ର ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.