Odisha News

ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ, ଜ୍ୟୋତି ପ୍ରକାଶ ଦାସ ହେଲେ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି

କଟକ,୧୭/୮ : ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସରସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । କଟକରେ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ(ଆଇଜିଆର) ଭାବେ କାର୍ଯ୍ୟରତ ୨୦୧୦ ବ୍ୟାଚ୍ ଆଇଏଏସ୍ ଜ୍ୟୋତିପ୍ରକାଶ ଦାସଙ୍କ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ହେବେ । ସେ ଅତିରିକ୍ତ ଭାବେ ଏହି ନୂଆ ଦାୟିତ୍ୱ ତୁଲାଇବେ ।
ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ତଥା ୨୦୧୦ ବ୍ୟାଚ୍ ଆଇଏଏସ୍ ରମାଶିଷ ହାଜରାଙ୍କୁ ପଶୁପାଳନ ଓ ପ୍ରାଣୀଧନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଅନ୍ୟପକ୍ଷରେ ସେଠାରେ ଥିବା ୨୦୧୪ ବ୍ୟାଚ୍ ଆଇଏଏସ୍ ଡଃ ୟେଦୁଲା ବିଜୟଙ୍କୁ ବିଜ୍ଞାନ ଓ କାରିଗରି କୌଶଳ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ତେବେ ୟେଦୁଲା ବିଜୟଙ୍କୁ ସରକାର କାହିଁକି ଏଭଳି ବଦଳି କରିଛନ୍ତି, ତାହା ଜଣାପଡ଼ିନି ।

Related Posts

Seo wordpress plugin by www.seowizard.org.