Odisha News

ଅତିରିକ୍ତ ସଚିବ ଗୁହା ପୁନମଙ୍କ ତିନି ଦିନିଆଁ ବୌଦ୍ଧଜିଲ୍ଲା ଗସ୍ତ; ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୪ : ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓରମାସ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ଜିଲ୍ଲା ନୋଡାଲ ଅଫିସର ଗୁହା ପୁନମ ତାପସ କୁମାର ତିନି ଦିନିଆଁ ବୌଦ୍ଧଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହିତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀମତୀ ଗୁହା ପୁନମ ପ୍ରଥମ ଦିବସରେ ବୌଦ୍ଧ ଏନଏସିର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ ।
ଦ୍ୱିତୀୟ ଦିବସରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା, ମାଛ ଯାଆଁଳା କେନ୍ଦ୍ର ତେଲିବନ୍ଧ, ବହିରାର ୫ଟି ବିଦ୍ୟାଳୟ, ବାଉଁଶୁଣୀ ଗୋଷ୍ଠୀ ଚିକିତ୍ସାଳୟ, ବଉଦିଆପଡାର ମଙ୍ଗଳମୟୀ ଉତ୍ପାଦକ ସଂଘ ସହିତ ଆଲୋଚନା, କଣ୍ଟାମାଳ ବ୍ଲକର ମନମୁଣ୍ଡା ବାସୁଦେବପାଲିର ନାରୀ ସମୃଦ୍ଧି ପ୍ରଡ୍ୟୁସର ଗୃପ(ଧୂପକାଠି କ୍ଲଷ୍ଟର), ଦେଉଳୀର ମେଗାଲିପ୍ଟ ଜଳସେଚନ ପ୍ରକଳ୍ପ,କୁଲତାଜୋର ର ନୁଆପାଲି ଠାରେ ପିଆଜ ସଂରକ୍ଷଣ ବ୍ୟବସ୍ଥା,କୀଟନାଶକ ପ୍ରୟୋଗ ବିନା ଚାଷ ପ୍ରଣାଳୀ,ପଲଶାଗୋରା ପଞ୍ଚାୟତରେ ମିଶନ ଶକ୍ତି ଗୃହ, ସୁଲ୍ଲଭ ବିକ୍ରୟ କେନ୍ଦ୍ର ଏବଂ ଐତିହାସିକ ଗନ୍ଧରାଢି ମନ୍ଦିର ପରିଦର୍ଶନ କରିଥିଲେ ।
ସେହିପରି ତୃତୀୟ ଦିବସ ଶନିବାର ଦିନ ବୌଦ୍ଧଠାରେ ୩୦୦ ଶଯ୍ୟା ବିଶିଷ୍ଟ ନିର୍ମାଣାଧିନ ଚିକିତ୍ସାଳୟ,ପୁରୁଣା ଶିଳ୍ପ ତାଲିମକେନ୍ଦ୍ର କୋଠାରେ ଅସ୍ଥାୟୀ କିଡନୀ ଚିକିତ୍ସାଳୟ, ଆଦର୍ଶ କୃଷକ ବଜାର ପରିବା ହାଟ ବୁଲି କୃଷକମାନଙ୍କ ସହିତ ଆଲୋଚନା,ମିଶନ ଶକ୍ତି ଓ ମିଲେଟ ଶକ୍ତି କାଫେରେ ମହିଳା ଗୋଷ୍ଠୀଙ୍କ ସହିତ ଆଲୋଚନା,ଗ୍ରାମ୍ୟପାନୀୟଜଳ ଯୋଗାଣ ବିଭାଗର ଜଳ ପରୀକ୍ଷଣ କେନ୍ଦ୍ର ପରିଦର୍ଶନ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ ।
ଏହି ସମୀକ୍ଷା ବୈଠକରେ ନିର୍ମାଣାଧିନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଶ୍ରୀମତୀ ପୁନମ ପରାମର୍ଶ ଦେଇଥିଲେ । ପରେ ଶ୍ରୀମତୀ ପୁନମ ହରଭଙ୍ଗା ବ୍ଲକର ବୀରନରସିଂହପୁର ରାମକୃଷ୍ଣ ବାଳାଶ୍ରମ,ବଡବନ୍ଧ କନ୍ୟାଶ୍ରମରେ ଛାତ୍ରାବାସ,ପରଗଳପୁର ବୁଦ୍ଧ ମନ୍ଦିର,ମହାନଦୀରେ ଧଳପୁର ଠାରେ ହୋଇଥିବା ବ୍ରିଜ,ଭୈରବୀ ମନ୍ଦିର ପରିଦର୍ଶନ କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ,ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶ୍ୱିନୀ କୁମାର ମେହେର,ତହସିଲଦାର ଦେବୀ ପ୍ରସାଦ ଦାଶ ,ରାଜେନ୍ଦ୍ର ନାରାୟଣ ସେନାପତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ କୁମାର ପ୍ରଧାନ, ଓରମାସ ଅଧିକାରୀ ଶିବାଶିଷ ଦାଶଙ୍କ ସମେତ ସମସ୍ତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତଥିଲେ ।
ଦୈନିକ ବଜାର ଉଠିବା ନେଇ ପରିବା ବ୍ୟବସାୟୀ ସଂଘର ଅସନ୍ତୋଷ
ବୌଦ୍ଧ,୩୦/୪ : ବୌଦ୍ଧଜିଲ୍ଲା ପ୍ରଶାସନ ଓ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାରରେ ଗତ ଶୁକ୍ରବାର ଦିନ ଦୈନିକ ବଜାରର ଶୁଭାରମ୍ଭ ହୋଇଛି । ଏହି ଦୈନିକ ବଜାର ପୁର୍ବରୁ ବାହରିପଡା ଠାରେ ଦୀର୍ଘ ଦିନ ଚାଲିଆସୁଥିବା ବେଳେ କରୋନା ମହାମାରୀ ଯୋଗୁଁ ସହରର ବୁଦ୍ଧଦେବ ପଡିଆରେ ଚାଳିଆସୁଥିଲା । । ଶୁକ୍ରବାର ଦିନ ଉକ୍ତ ଦୈନିକବଜାରକୁ ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର ଆରମ୍ଭ କରଯିବା ପରେ କେତେକ ବ୍ୟବସାୟୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଏନେଇ ଶନିବାର ଦିନ ମା ଅନ୍ନପୁର୍ଣ୍ଣା ଦୈନିକ ପରିବା ବ୍ୟବସାୟୀ ସଂଘ ପକ୍ଷରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭେଟି ସମସ୍ୟା ନେଇ ଜଣାଇଥିଲେ । ମନ୍ତ୍ରୀ ଏନେଇ ଜିଲ୍ଲାପାଳଙ୍କୁ ଭେଟି ଜଣାଇବାକୁ ପରାମର୍ଶ ଦେଇଥିଲେ । ବ୍ୟବସାୟୀମାନଙ୍କ ଅଭିଯୋଗ ହେଲା ଦୈନିକ ବଜାର ସ୍ଥାନାନ୍ତର ହେଲା କିଛି ଅସୁବିଧା ନାହିଁ କିନ୍ତୁ ଆମ୍ଭ ମାନଙ୍କ ପାଇଁ ସେଠାରେ କିଛି ବ୍ୟବସ୍ଥା କରାଯାଇନାହିଁ ।
ବ୍ୟବସାୟୀ ମାନେ ପ୍ରତିଦିନ ପରିବା ନିଜ ଘରୁ ଅଟୋ ଓ ରିକ୍ସା କିମ୍ବା ଟ୍ରଲି ରିକ୍ସାରେ ଭଡା ସୁତ୍ରରୁ ଆଣି ପରିବା ବିକ୍ରି କରିବା ସାରିବା ପରେ ପୁଣି ସେଗୁଡିକ ଘରକୁ ନେଇଥାଆନ୍ତି । କିନ୍ତୁ ଆଦର୍ଶ କୃଷକ ବଜାର ବ୍ୟବସାୟୀ ମାନଙ୍କ ଘର ଠାରୁ ଦୁରେରେ ହେଉଥିବାରୁ ଆମ୍ଭେ ମାନେ ଭଡା ଦେବାରେ ବହୁ କଷ୍ଟ ହେବ ।
ଏଣୁ ସେଠାରେ ପ୍ରଶାସନ ପକ୍ଷରୁ ଆମ୍ଭ ମାନଙ୍କୁ ପରିବା ରଖିବା ପାଇ ଘର ଯୋଗାଇ ଦେବା ସହ ବସିବା ପାଇଁ ଛାଇ ସ୍ଥାନ ଯୋଗଇ ଦେଲେ ଅସୁବିଧା ହେବ ନାହି ବୋଲି ପ୍ରକାଶ କରିଛନ୍ତି । ଏନେଇ ପରିବା ବ୍ୟବସାୟୀ ସଂଘର ସମ୍ପାଦକ ବିରୁପାକ୍ଷ କରଡିଆଙ୍କ ପଚାରିବାରୁ ଦୀର୍ଘ ବର୍ଷ ହେବ ଆମ୍ଭେ ମାନେ ପରିବା ବ୍ୟବସାୟୀ କରିଆସୁଥିବା ବେଳେ କିନ୍ତୁ ଆମ୍ଭ ମାନଙ୍କ ପାଇଁ କୌଣସି ସୁବିଧା ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇନାହିଁ, କିନ୍ତୁ ଆମ୍ଭେ ମାନେ ପ୍ରତିଦିନ ଟ୍ୟାକ୍ସ ଦେଇଆସୁଅଛୁ ଓ ଏନେଇ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ଜଣାଇବୁ ବୋଲି ସମ୍ପାଦକ ଶ୍ରୀ କରଡିଆ ପ୍ରକାଶ କରିଛନ୍ତି ।
ବୌଦ୍ଧ ଜିଲ୍ଲା ସ୍ତରୀୟ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳିତ
ବୌଦ୍ଧ,୩୦/୪ : ବୌଦ୍ଧ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ସକାଳେ ଚାଷୀ,କଲେଜ ଛାତ୍ର,ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକ ଙ୍କୁ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ଆରମ୍ଭ ହୋଇ କୃଷକ ବଜାର ରେ ଶେଷ ହୋଇଥିଲା । ତାପରେ କୃଷକ ବଜାର ପ୍ରାଙ୍ଗଣ ରେ ସମାଜ ରେ ପ୍ରାଣୀ ଚିକିତ୍ସକ ମାନଙ୍କର ଭୂମିକା ଶୀର୍ଷକ ଏକ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଟାଉନ ହଲ ରେ ଠାରେ ଆଭାସୀ ମାଧ୍ୟମ ରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କରାଯାଇଥିଲା ।
ଏହାପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା ପ୍ରଦୀପ୍ତ କୁମାର ରଥଙ୍କ ଅଧକ୍ଷତା ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ,ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ,ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇ ଦେଶୀ ଗାଈ ଗୋରୁ କମିବା ସତ୍ତ୍ୱେ କୃତ୍ରିମ ପ୍ରଜନନ ମାଧ୍ୟମ ରେ ସୃଷ୍ଟ ଶଙ୍କର ଜାତୀୟ ଗାଈ ଦ୍ଵାରା ଦୁଗ୍ଧ ଉତ୍ପାଦନ ଏବଂ ଦୁଗ୍ଧ ସମବାୟ ସମିତି ଗଠନ ମାଧ୍ୟମ ଦୁଗ୍ଧ ସଂଗ୍ରହ ବୃଦ୍ଧି କରି ପାରିଥିବାରୁ ପ୍ରାଣୀ ଚିକିତ୍ସକ ମାନଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ ।
ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ,ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଡେପୁଟି କଲେକ୍ଟର ହୃଷୀକେଶ ତ୍ରିପାଠୀ ,ଏଡିଭିଓ ରୋଗ ନିଦାନ ଡା ପ୍ରଭାସ କୁମାର ବେହେରା, ଏଡିଭିଓ ପ୍ରାଣୀ ପାଳନ ଡା ନିରୋଦ ଚନ୍ଦ୍ର କଂହର ପ୍ରମୁଖ ଯୋଗ ଦେଇ ଜିଲ୍ଲା ର ପ୍ରାଣୀ ଚିକିତ୍ସକ ମାନଙ୍କୁ ପ୍ରସଂଶା କରିବା ସହିତ ଜିଲ୍ଲା ରେ ଦୁଗ୍ଧ,ମାଂସ, ଅଣ୍ଡା ଆଦି ଉତ୍ପାଦନ ବୃଦ୍ଧି ଓ ପ୍ରାଣୀ ପାଳକ ମାନଙ୍କ ଆୟ ବୃଦ୍ଧି ଦିଗରେ ଆହୁରି ସଂଗଠିତ ଉଦ୍ୟମ କରିବାକୁ ଅନୁପ୍ରାଣିତ କରିଥିଲେ ।
ଏହି ଅବସର ରେ ଉତ୍ତମ କାର‌୍ୟ୍ୟ କରୁଥିବା ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ,କୃତ୍ରିମ ପ୍ରଜନନ କାରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସରକାରୀ ପ୍ରୋତ୍ସାହନ ରେ ଉତ୍ତମ କୁକୁଡ଼ା ଚାଷ ତଥା ଉତ୍ତମ ସମନ୍ୱିତ କୃଷି ପାଇଁ ଅଗ୍ରଣୀ ଚାଷୀ ତଥା ମହିଳା ସ୍ଵୟଂ ସହାୟକ ଦଳ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ପ୍ରଶିକ୍ଷଣ ଅଧିକାରୀ ଡା ସଂଘମିତ୍ରା ପ୍ରାମାଣିକ ମଞ୍ଚ ପରିଚାଳନା କରିଥିଲେ ଓ ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ଡ଼ା. ପ୍ରିୟବ୍ରତ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ପୂର୍ବଦିନ ହରଭଙ୍ଗା ବ୍ଲକ ର ପଙ୍କୁଆଳ ଗ୍ରାମ ରେ ଏକ ବିଶାଳ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହେବା ସହିତ ବିଭାଗ ତରଫରୁ ସ୍ଥାନୀୟ ଦନ୍ତାପାଲି ସ୍ଥିତ ମାହେଶ୍ଵରୀ ଗୋଶାଳା ରେ ଥିବା ଆଶ୍ରିତ ବୁଲା ଗାଈ ଗୋରୁ ଙ୍କୁ ଗୋଖାଦ୍ୟ ପରିବେଷଣ କରାଯାଇଥିଲା । ଏହି ସମସ୍ତ କାର‌୍ୟ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକ ମାନେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.