Odisha News

ଅଗ୍ନିପଥ ଯୋଜନାରେ ୨୦ ପ୍ରତିଶତ ମହିଳାଙ୍କୂୁ ନିଯୁକ୍ତି ମିଳିବ

ନୂଆଦିଲ୍ଲୀ,୫/୭: ଅଗ୍ନିପଥ ଯୋଜନାରେ ୨୦ ପ୍ରତିଶତ ମହିଳାଙ୍କୂୁ ନିଯୁକ୍ତି ଦିଆଯିବ । ସେମାନଙ୍କୁ ସାମୁଦ୍ରିକ ପ୍ରତିରକ୍ଷା ବାହୀନିର ବିଭିନ୍ନ ଶାଖାକୁ ପଠାଯିବ । ଜୁଲାଇ ୧ରୁ ନୌସେନା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ମହିଳା ଆବେଦନ କରିଛନ୍ତି। ଯେଉଁ ଶାଖାଗୁଡ଼ିକରେ ମହିଳା ଅଗ୍ନିବୀରମାନଙ୍କୁ ପୋଷ୍ଟ କରାଯିବ, ସେଥିରେ ଅର୍ଡିନାନ୍ସ, ଇଲେକ୍ଟ୍ରିକାଲ୍ ଏବଂ ନାଭାଲ୍ ଏୟାର ମେକାନିକ୍ସ, ଯୋଗାଯୋଗ ଏବଂ ସେନ୍ସର ରହିଛି । ଆଉ ନିଯୁକ୍ତି ପରେ ପ୍ରଥମ ଥର ପାଇଁ ଯୁଦ୍ଧ ଜାହାଜରେ ମହିଳା ନାବିକମାନଙ୍କୁ ନିଯୁକ୍ତି ଦିଆଯିବ। ନୌସେନା ଅଧିକାରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ସମୁଦ୍ରରେ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ମହିଳା ନାବିକମାନଙ୍କୁ ନିଯୁକ୍ତି ଦିଆଯିବ। ସୂଚନା ଥାଉ କି ଅଗ୍ନିପଥ ଯୋଜନା ୧୪ ଜୁନ୍ ରେ ଆରମ୍ଭ କରାଯାଇଥିଲା । ଏହା ପରେ ସାରା ଦେଶରେ ଏହା ବିରୋଧରେ ପ୍ରଦର୍ଶନ କରାଯାଇଥିଲା। ଏହା ସତ୍ତ୍ୱେ ବହୁ ସଂଖ୍ୟାରେ ଯୁବପିଢ଼ି ଅଗ୍ନିପଥ ଯୋଜନା ପାଇଁ ଆବେଦନ କରିଛନ୍ତି ।
ନିୟମିତ କ୍ୟାଡର ପାଇଁ ଆବେଦନ କରିବାର ସୁଯୋଗ।
୪ ବର୍ଷ ପରେ ୨୫% ଅଗ୍ନିବୀରଙ୍କୁ ଯୋଗ୍ୟତା ଭିତ୍ତିରେ ନିୟମିତ କ୍ୟାଡର ପାଇଁ ଚୟନ କରାଯିବ।
ଆର୍ଥିକ ପ୍ୟାକେଜ: ପ୍ରଥମ ବର୍ଷ ପ୍ରାୟ ଟ୪.୭୬ ଲକ୍ଷ ଓ ୪ର୍ଥ ବର୍ଷ ପ୍ରାୟ ଟ୬.୯୨ ଲକ୍ଷ।
ଭତ୍ତା: ରିସ୍କ ଆଣ୍ଡ ହାର୍ଡସିପ, ରେସନ, ଡ୍ରେସ୍ ଓ ଟ୍ରାଭେଲ ଭତ୍ତା ମିଳିବ
ସେବାନିଧି: ନିଜ ମାସିକ ଦରମାରୁ ୩୦ ପ୍ରତିଶତ କଟିବ ଓ ସରକାର ବି ସମାନ ପରିମାଣ ଅର୍ଥ ଦେବେ। ୪ ବର୍ଷ ପରେ ଏହାର ସୁଧମୂଳ ମିଶାଇ ପ୍ରାୟ ୧୧.୭୧ ଲକ୍ଷ ଟଙ୍କା ସେବାନିଧି ଆକାରରେ ମିଳିବ, ଯାହା ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ।
ମୃତ୍ୟୁ ପାଇଁ କ୍ଷତିପୂରଣ: ୧) ଚାକିରିକାଳ ଭିତରେ ମୃତ୍ୟୁ ହେଲେ ଆଉ ଯେତିକି ଦିନ ଚାକିରି ବାକି ଥିବ ସେତେଦିନର ପୂରା ଦରମା ମିଳିବ, ୨) ୪୮ ଲକ୍ଷ ଟଙ୍କାର ଜୀବନବୀମା ରାଶି ମିଳିବ, ଯେଉଁଥିପାଇଁ କୌଣସି ପ୍ରିମିୟମ ଦେବାକୁ ପଡ଼ି ନ ଥିବ, ୩) ୪୪ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପା ରାଶି ମିଳିବ।
ଅକ୍ଷମତା ପାଇଁ କ୍ଷତିପୂରଣ: ଚାକିରିକାଳରେ ଶାରୀରିକ ଅକ୍ଷମ ହୋଇଗଲେ ୧୦୦, ୭୫ ଓ ୫୦ ପ୍ରତିଶତ ଅକ୍ଷମତା ପାଇଁ ଯଥାକ୍ରମେ ୪୪, ୨୫ ଓ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ। ଚାରିବର୍ଷ ଶେଷରେ: ସେବାନିଧି ପ୍ୟାକେଜ ଓ ସ୍କିଲ ଗେନ୍ଡ ସାର୍ଟିଫିକେଟ ମିଳିବ।

Related Posts

Seo wordpress plugin by www.seowizard.org.