Odisha News

ନୟାଗଡ଼ ପୌର ପରିଷଦ ପକ୍ଷରୁ ଜାଗା ସମ୍ପର୍କ ଓ ସଶକ୍ତିକରଣ ଶିବିର ଅନୁଷ୍ଠିତ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୯/୬ : ନୟାଗଡ଼ ପୌର ପରିଷଦ ପକ୍ଷରୁ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଜାଗା ସମ୍ପର୍କ ଓ ସଶକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ନୟାଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବସ୍ତିବାସିନ୍ଦା ପ୍ରକୃତରେ ସହରର ନିର୍ମାଣ କାରୀ ଜାଗା ମିଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ତିବାସିନ୍ଦା ଙ୍କୁ ପ୍ରକୃତ ସମ୍ମାନ ଜଣାଇଥିବା ପ୍ରକାଶ କରିଛନ୍ତି।
ଅନ୍ୟତମ ଅତିଥି ଭାବେ ମ୍ୟୁନିସିପାଲଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ସମସ୍ତ କାଉନସିଲର , ବସ୍ତି ଉନ୍ନୟନ ନୟାଗଡ଼ ମ୍ୟୁନିସିପାଲଟି ର ସଭାପତି ଗଦାଧର ଜେନା ଏବଂ ମ୍ୟୁନିସିପାଲଟି ର ସମସ୍ତ କର୍ମଚାରୀ ଯୋଗଦେଇଥିଲେ।

Related Posts

Seo wordpress plugin by www.seowizard.org.