ସିଏମଓରୁ ୪ ଅଫିସରଙ୍କୁ ହଟାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୪/୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରରେ ପୁଣି ଏକ ବଦଳି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ (ସିଏମ୍ଓ)ରେ କାର୍ଯ୍ୟରତ ୪ ଅଧିକାରୀଙ୍କୁ ସାଧାରଣ ପ୍ରଶାସନ (ଜିଏ) ବିଭାଗକୁ ଫେରାଇ ଦିଆଯାଇଛି।
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସିଏମ୍ଓରେ କାର୍ଯ୍ୟରତ ଥିଲେ ଲାଲା ମନୋଜ କୁମାର ରାୟ, ରବୀନ୍ଦ୍ର କୁମାର ସେଠୀ, ଶୁଭ୍ରାଂଶୁ ମିଶ୍ର ଏବଂ ମନୋଜ କୁମାର ସ୍ବାଇଁଙ୍କୁ ଜିଏକୁ ଫେରାଇ ଦିଆଯାଇଛି।