Odisha News

ରୋଗୀ କଲ୍ୟାଣ ସମିତି ର ଗୁରୁତ୍ୱପୂର୍ଣ୍ଣ ବୈଠକ,ସ୍ବାସ୍ଥ୍ୟ ସେବାକୁ ପ୍ରାଧାନ୍ୟତା, ମେଡିକାଲ କଲେଜ ପାଇଁ ପ୍ରସ୍ତୁତି

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୧୦ : ଜିଲ୍ଲାରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଉଦବେଗଜନକ ପରିସ୍ଥିତି ଦେଖାଦେଇଛି ।
ଜିଲ୍ଲାରେ ଶତକଡା ଶାଠିଏ ଭାଗ ପଦବୀ ଖାଲି ରହିଥିବାରୁ ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଅଛି ।
ଆଜି ରୋଗୀ କଲ୍ୟାଣ ସମିତିର ବୈଠକ ବିଧାୟକ ତଥା ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଷୟ ଆଲୋଚନା ହୋଇଥିଲା । ବିଭିନ୍ନ ପଦବୀ ପୁରଣ ପାଇଁ ରାଜ୍ୟ ସରକାରଙ୍କ ଠାରେ ଉତ୍ ଥାପନ କରି ସମାଧାନ ପାଇଁ ପଦକ୍ଷେପ ନିଆଯିବ ।
ଆସନ୍ତା ଦିନରେ ମେଡିକାଲ କଲେଜ୍ ପ୍ରସ୍ତାବକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା ଗ୍ରହଣ କରିବା ପାଇଁ ଆଲୋଚନା ହୋଇଥିଲା । ତିନିଶହ ଶଯ୍ୟା ବିଶିଷ୍ଟ ନିର୍ମାଣାଧୀନ ଡାକ୍ତରଖାନା ଶୀଘ୍ର ସମ୍ପୂର୍ଣ୍ଣ ହେଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦ୍ ଘାଟନ କରାଯିବ ବୋଲି ସୂଚନା ଦେଇଛନ୍ତି ।
ଗତ ବୈଠକରେ ସମସ୍ତ କାର୍ଯ୍ୟକ୍ରମକୁ ସମୀକ୍ଷା କରି ଗୃହୀତ କରାଯାଇଛି ।
ରକ୍ତ ଭଣ୍ଡାର କୁ ସୁରକ୍ଷା ଦୃଷ୍ଟିରୁ କୋଭିଡ ସେଣ୍ଟର୍ ନିକଟକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି ।
ଡାକ୍ତରଖାନା ପରିସରରେ ରହିଥିବା ଅସ୍ଥାୟୀ ଦୋକାନ ଗୁଡ଼ିକ ଭେଣ୍ଡିଂ ଜୋନକୁ ସ୍ଥାନାନ୍ତର କରାଯିବାକୁ ଉପ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା ।
ଜିଲ୍ଲାପାଳ ସୁବ୍ରତ କୁମାର୍ ପଣ୍ଡା ସରକାରୀ ନିୟମକୁ ଦୃଷ୍ଟିରେ ରଖି ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ଚିକିତ୍ସକ୍ଷଳୟ ମୁଖ୍ୟ ଜୟକୃଷ୍ଣ ମିଶ୍ର ଆବଶ୍ୟକ ରହିଥିବା ଅତିଥି ଭବନ, ପଦବୀ ପୂରଣ ଓ ବିଭିନ୍ନ ସାମଗ୍ରୀ ଯୋଗାଇଦେବାକୁ ଅନୁରୋଧ କରିଥିଲେ ।
ସାଂସଦ ପ୍ରତିନିଧି ଦେବାଶିଷ ପୁରୋହିତ ରୋଗୀମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ ।
ଏହି ବୈଠକରେ ସିଇଓ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା , ଏ. ଡି. ଏମ. ଓ. ଶ୍ରୀମତି ସଂଘମିତ୍ରା ପଣ୍ଡା, ଡାକ୍ତରଖାନା ପରିଚାଳକ ସଚ୍ଚିଦାନନ୍ଦ ପାଢ଼ୀ ବିଭାଗୀୟ ସମସ୍ତ ଅଧିକାରୀ ବୈଠକରେ ଯୋଗଦାନ କରି ନିଜ ନିଜ ମତ ପ୍ରକାଶ କରିଥଲେ ।

Related Posts

Seo wordpress plugin by www.seowizard.org.