Odisha News

ରାଜ୍ୟରେ ସର୍ବାଧିକ ୧୦୭୮ କରୋନା ସଂକ୍ରମିତ ଚିହ୍ନଟ, କେବଳ ଗଞ୍ଜାମରୁ ୩୭୧

ଭୁବନେଶ୍ବର,୨୨/୭: ଗୋଟିଏ ଦିନରେ ୧୦୦୦ରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ଏତେ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେବା ସରକାର ଓ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଦେଇଛି।
ଆଜି ରାଜ୍ୟରେ ସର୍ବାଧିକ ୧୦୭୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ପୁରୁଣା ରେକର୍ଡ ଆଜି ଭଙ୍ଗ ହୋଇଛି। ଚିହ୍ନଟ ହୋଇଥିବା ୧୦୭୮ ଜଣଙ୍କ ମଧ୍ୟରୁ ୭୨୧ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ଆଜି ୨୮ଟି ଜିଲ୍ଲାରୁ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଜ୍ଝ ଚିହ୍ନଟ ହୋଇଥିବା ୧୦୭୮ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ଜଣେ, ବାଲେଶ୍ବରରୁ ୧୦, ବରଗଡ଼ରୁ ୨୬ , ଭଦ୍ରକରୁ ଜଣେ, ବଲାଙ୍ଗିରରୁ ୬ , ବୌଦ୍ଧରୁ ୩ , କଟକରୁ ୫୭, ଢେଙ୍କାନାଳରୁ ୨, ଗଜପତିରୁ ୨୪, ଗଞ୍ଜାମରୁ ୩୭୧, ଜଗତ୍ସିିଂସପୁରରୁ ୩୫, ଯାଜପୁରରୁ ୨୦, ଝାରସୁଗୁଡ଼ାରୁ ୩୪, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୧୬, ଖୋର୍ଦ୍ଧାରୁ ୧୨୧, କୋରାପୁଟରୁ ୧୫, ମାଲକାନଗିରିରୁ ୬୬, ମୟୂରଭଞ୍ଜରୁ ୧୩, ନବରଙ୍ଗପୁରରୁ ୧୭, ନୟାଗଡ଼ରୁ ୫, ପୁରୀରୁ ୨୮, ରାୟଗଡ଼ାରୁ ୯୬, ସମ୍ବଲପୁରରୁ ୨୦, ସୋନପୁରରୁ ୧୦ ଓ ସୁନ୍ଦରଗଡ଼ରୁ ୨୯ଜଣ ଅଛନ୍ତି ବୋଲି ସୂଚନା .ଲୋକସଂପର୍କ ବିଭାଗ ସୂଚନା ଦେଇଛି।
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୭୧ କରୋନା ପଜିଟିଭ୍ ଠାବ ହୋଇଛନ୍ତି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ଛୁଇଁଛି ।

Related Posts

Seo wordpress plugin by www.seowizard.org.