ଯାଜପୁରରେ ପ୍ରଥମ ମୁଣ୍ଡ ନେଲା କରୋନା, ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮
ଭୁବନେଶ୍ୱର,୬/୭: ରାଜ୍ୟରେ ସୋମବାର ଦିନ ଆଉ ୨ଜଣଙ୍କ ମୁଣ୍ଡ ନେଲା କରୋନା। ମୃତକ ୨ ଜଣଙ୍କ ମଧ୍ୟରୁ ଜଣେ ଗଞ୍ଜାମର ୭୭ ବର୍ଷୀୟ ବୟସ୍କ ପୁରୁଷ ଓ ଅନ୍ୟ ଜଣେ ଯାଜପୁର ଜିଲ୍ଲାର ୬୪ ବର୍ଷୀୟ ବୟସ୍କ ପୁରୁଷ ଅଛନ୍ତି।
ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଥିବା ବେଳେ ଯାଜପୁରରେ ପ୍ରଥମ ମୁଣ୍ଡ ନେଇଛି କରୋନା। ଏ ଯାବତ୍ ଓଡ଼ିଶାରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି।