Odisha News

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ : ଜଣେ ମୃତ, ଜଣେ ଗୁରୁତର

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୨/୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ।
ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ମୃତକ କ.ନୂଆଗାଁ ଥାନା ରାଜଘରା ଗ୍ରାମର ସୁବେରସିଂ ପ୍ରଧାନଙ୍କ ପୁଅ ଆଡଭାନସିଂ ପ୍ରଧାନ ହୋଇଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ ରବିବାର ସକାଳେ ରାଜଘରା ଗ୍ରାମର ଦୁଇ ଯୁବକ ଆଡଭାନସିଂ ପ୍ରଧାନ ଓ ଦିନେଶ କୁମାର ପ୍ରଧାନ ଏକ ମୋଟର ସାଇକେଲରେ କୌଣସି ଏକ କାମରେ ଯାଉଥିବା ବେଳେ ୫୯ ନଂ ଜାତୀୟ ରାଜପଥ ଜକିକିଆ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।
ଖବର ପାଇ ସେହି ଅଞ୍ଚଳର ଯୁବ ସମାଜସେବୀ ଅରୁଣ ନାୟକ ନିଜ ଅଟୋ ସାହାଯ୍ୟରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।
ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆଡଭାନସିଂ ପ୍ରଧାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିନେଶ କୁମାର ପ୍ରଧାନ ଚିକିତ୍ସିତ ହେଉଥିବା ଜଣାପଡିଛି ।

Related Posts

Seo wordpress plugin by www.seowizard.org.