Odisha News

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ତାଲିମ୍ କାର୍ଯ୍ୟକ୍ରମ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୧୧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଯୁବ ରେଡ୍ କ୍ରସ ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ଯୁବ ରେଡ୍ କ୍ରସ କାର୍ଯ୍ୟଧାରା ସମ୍ବନ୍ଧରେ ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ର ଅଧକ୍ଷ ନିରଞ୍ଜନ ମିଶ୍ର ଯୋଗଦାନ କରି ସ୍ଵେଚ୍ଛାକୃତ ସେବାର ମହନୀୟତା ଉପରେ ଆଲୋଚନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵେଚ୍ଛା ସେବୀ ହୋଇ ସମାଜରେ ଥିବା ଦୁଃଖୀ ପୀଡ଼ିତ ମାନଙ୍କ ସେବା କରିବା ପାଇଁ ଉତ୍ସାହିତ କରିଥିଲେ ।
ପ୍ରାରମ୍ଭ ରେ ବୌଦ୍ଧ ଜିଲ୍ଲା ଯୁବ ରେଡ୍ କ୍ରସ ସଂପାଦକ ତଥା ପରାମର୍ଶ ଦାତା ଓଡ଼ିଆ ଅଧ୍ୟାପକ ତ୍ରିନାଥ ରଣା ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ମଞ୍ଚ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ତଥା ତାଲିମ ଦାତା ଭାବେ ରେଡ୍ କ୍ରସ ରେ ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡ଼ ପ୍ରବୀର୍ କୁମାର ଦାସ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ରେଡ୍ କ୍ରସ ର ଇତିହାସ, ଲକ୍ଷ୍ୟ, ଆଭିମୁଖ୍ୟ ଉପରେ ବର୍ଣ୍ଣନା କରିବା ସହ ସ୍ୱେଛାସେବୀ ମାନଙ୍କ କର୍ତ୍ତବ୍ୟ ଉପରେ ସବିଶେଷ ଶିକ୍ଷା ପ୍ରଦାନ କରିଥିଲେ ।
ଏହି ଅବସରରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଦେବେନ୍ଦ୍ର ଗୁରୁ ଏବଂ ଯୁବରେଡ୍ କ୍ରସ୍ ର ପରାମର୍ଶ ଦାତା ଉତ୍ତମ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ର ୧୪୦ ଜଣ ଛାତ୍ରଛାତ୍ରୀ ଯୋଗଦାନ କରି ଯୁବ ରେଡକ୍ରସ ର ତାଲିମ୍ ନେଇ ଶେଷରେ ସ୍ବାସ୍ଥ୍ୟ ସୁରକ୍ଷା ସହ ସମାଜରେ ଦୁଃଖୀ ପୀଡ଼ିତ ମାନଙ୍କର ସେବା କରିବା ପାଇଁ ଶପଥ ନେଇଥିଲେ । ଯୁବ ରେଡକ୍ରସ ର ମହିଳା ପରାମର୍ଶ ଦାତା ପ୍ରାଣୀ ବିଜ୍ଞାନ ର ଅଧ୍ୟାପିକା ସ୍ୱେତା ସୁମନ୍ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର କର୍ମଚାରୀ ନରେଶ ବେହେରାଙ୍କ ସମେତ କର୍ମଚାରୀ ମାନେ ଆୟୋଜନରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.