Odisha News

ବୌଦ୍ଧ: ଠିଡିକାଜୋର୍ ଓ ଝାଡ୍ରାଜିଙ୍ଗ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷିତ

କମ୍ଭୁ ଧର ଖେତୀ
ବୌଦ୍ଧ,୧୧/୭: ଶନିବାର ଦିନ ହରଭଙ୍ଗା ବ୍ଲକ୍ ଝାଡ୍ରାଜିଙ୍ଗ ଓ ଠିଡିକାଜୋର୍ ଗ୍ରାମକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଉଭୟ ଗ୍ରାମକୁ ସିଲ କରାଯିବା ସହ ସମସ୍ତ ପ୍ରବେଶପଥରେ ପୋଲିସ୍ ମୁତୟନ କରାଯାଇଛି । କେବଳ ଜାତୀୟ ରାଜପଥ ନମ୍ବର୍ ୫୭ରେ ଯାନବାହାନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି ।
ହରଭଙ୍ଗା ବ୍ଲକ୍ ବାଣିଭୁଷଣପୁର ଗ୍ରାମ ପଂଚାୟତ ଝାଡ୍ରାଜିଙ୍ଗ ଗ୍ରାମର ହୋମ୍ କ୍ୱାରେଣ୍ଟାଇନରେ ଥିବା ଜଣେ ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଚାରିଛକକୁ ସଟ୍ ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉଭୟ ଗ୍ରାମର ଘରକୁ ଘର ବୁଲି ତଦାରଖ କରୁଛନ୍ତି । କରୋନାର କୌଣସି ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କୁ ତୁରନ୍ତ କୋଭିଡ ହେଲଥ ସେଣ୍ଟରକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଗ୍ରାମର ଲୋକଙ୍କ ପାଇଁ ଜରୁରୀ ଓ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପାଇଁ ବନ୍ଦୋବସ୍ତ କରାଇବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଭି ରଘୁନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ, ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ପ୍ରମୁଖ ଚାରିଛକ ପହଞ୍ଚି ସ୍ଥାନୀୟ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ ।

Related Posts

Seo wordpress plugin by www.seowizard.org.