Odisha News

ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ମାଟ୍ରିକ୍ ପରୀକ୍ଷା, ଗଣିତ ପାଇଁ ମିଳିବ ଅଧିକ ୧୫ମିନିଟ୍

ଭୁବନେଶ୍ୱର, ୫/୧୨ : ମାଟ୍ରିକ ପରୀକ୍ଷା ପାଇଁ ଆସିଲା କାର୍ଯ୍ୟସୂଚୀ । ଆସନ୍ତା ଫେବୃୟାରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡିଛି । ଫେବୃୟାରୀ ୧୯ରୁ ମାର୍ଚ୍ଚ ୨ ଯାଏଁ ମାଟ୍ରିକ ପରୀକ୍ଷା ହେବ ଓ ସକାଳ ୯ଟାରୁ ଦିନ ୧୧ଟା ୩୦ ଯାଏଁ ପରୀକ୍ଷା ଚାଲିବ ।
ମିଳିଥିବା ସୂଚନା ମୁତାବକ ସବୁ ବିଷୟ ପାଇଁ ଅଢେଇ ଘଣ୍ଟା ସମୟ ମିଳିବାକୁ ଥିବାବେଳେ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍ ସମୟ ।
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଫେବ୍ରୁଆରୀ ୧୯ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ୨୧ରେ ଇଂରାଜୀ, ୨୩ରେ ସଂସ୍କୃତ/ ହିନ୍ଦୀ, ୨୫ରେ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେବେ । ସେହିପରି ୨୭ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ହେବ ।

Related Posts