Odisha News

ପିମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରବନ୍ଧନ ସମିତି ବୈଠକ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୨ : ବୌଦ୍ଧ ପିମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଚଳିତ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ପ୍ରବନ୍ଧନ ସମିତିର ତୃତୀୟ ବୈଠକ ତାରିଖ ୧୨.୦୨.୨୦୨୬ ରେ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସନକ ମେହେର ସମିତିର ସଦସ୍ୟ ମାନଙ୍କୁ ସ୍ବାଗତ କରିଥିଲେ । ବିଦ୍ୟାଳୟର ସୁପରିଚାଳନା ପାଇଁ ଆବଶ୍ୟକ ପ୍ରସ୍ତାବ ଗୁଡିକ ଅଧ୍ୟକ୍ଷଙ୍କ ଦ୍ବାରା ସମିତି ସମ୍ମୁଖରେ ଆଲୋଚନା ପାଇଁ ଉପସ୍ଥାପିତ ହୋଇଥିଲା ।
ବୈଠକରେ ବିଦ୍ୟାଳୟ ପ୍ରବନ୍ଧନ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ ପ୍ରସ୍ତାବ ଗୁଡିକର ଆସୁ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରି ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ ।
ବୈଠକରେ ସହକାରୀ ଜିଲ୍ଲାପାଳ ସୁଶ୍ରୀ ଚାନ୍ଦିନୀ ମେହେର, ଜିଲ୍ଲା ଉପ ଶିକ୍ଷା ଅଧିକାରୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରତିନିଧି ଡାକ୍ତର ଭଞ୍ଜ କିଶୋର ଦେଓ ହେମ୍ରମ, ଶ୍ରୀ ପ୍ରକାଶ ଧଳ ଜେଟିଓ, ବିଏସଏନଏଲ, ଶ୍ରୀ ଭୁବନେଶ୍ୱର ମିଶ୍ର, ଶାସ୍ତ୍ରୀୟ ଗାୟକ ଏବଂ ତବଲା ବାଦକ, ଅଭିଭାବକ ଶ୍ରୀ ଅଶ୍ୱିନୀ ମହାପାତ୍ର, ସନ୍ଧ୍ୟା ରାଣୀ ସାହୁ ଓ ଶ୍ରୀମତି ଜୟନ୍ତି କର୍ଣ୍ଣ (ଶିକ୍ଷିକା) ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ବିଶ୍ବାଳ ଧନ୍ୟବାଦ ଜ୍ଞାପନ କରିଥିଲେ ।

Related Posts