Odisha News

ପିପିଲିରେ ରାତି ଅଧରେ ଫୁଟିଲା ବୋମା : ଜଣେ ଗୁରୁତର, ୩ ଆହତ

ପିପିଲି, ୧୧/୪ : ବିଳମ୍ବିତ ରାତିରେ ପିପିଲି ଥାନା ଅନ୍ତର୍ଗତ ଜମାଲପୁରରେ ବୋମା ଫୁଟିଛି । ଏନେଇ ବୋମାମାଡ଼ରେ ଜଣେ ଗୁରୁତର ହେବା ସହିତ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ଯୁବକ ରାଜକିଶୋର ନାୟକ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏମସରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଜମାଲପୁର ଗ୍ରାମର ରାଜକିଶୋରଙ୍କ ସହ ତାଙ୍କ ପଡୋଶୀଙ୍କର ବହୁ ଦିନରୁ ବିବାଦ ଲାଗିରହିଥିଲା । ଯାହା ଗତକାଲି ବିଳମ୍ବିତ ରାତିରେ ଉଗ୍ରରୂପ ନେଇଥିଲା। ବିବାଦକୁ ନେଇ ବୋମାମାଡ଼ ହୋଇଛି । ଏହି ଘଟଣାରେ ରାଜକିଶୋର ଗୁରୁତର ହେବା ସହିତ ୩ ଜଣ ଆହତ ହୋଇଥିଲେ । ରାଜକିଶୋରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକତ୍ସା ପାଇଁ ଭୁବନେଶ୍ୱରର ଏମସରେ ଭର୍ତ୍ତି କରାଯାଇଛି । ବୋମା ବିସ୍ଫୋରଣରେ ରାଜକିଶୋରଙ୍କ ହାତ ପାପୁଲି ଛିଣ୍ଡି ଯାଇଥିବା ସୂଚନା ମିଳିଛି । ଏନେଇ ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି ।ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଘଟଣା ପରେ ଫେରାର ହୋଇଯାଇଛି ।

Related Posts