Odisha News

ଦୁର୍ଗନ୍ଧରେ ଫାଟୁଛି କ୍ୟାପିଟାଲ୍ ହସପିଟାଲ; ଆନ୍ଦୋଳନରେ ସଫେଇ କର୍ମଚାରୀ

ଭୁବନେଶ୍ୱର, ୨୫/୯ : ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ଧାରଣାରେ ବସିଥିବା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଁଚିଛି । ଫଳରେ ମେଡ଼ିକାଲରେ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
ଫଳରେ ଦୁର୍ଗନ୍ଧରେ ଫାଟି ପଡ଼ୁଛି ରାଜ୍ୟ ରାଜଧାନୀର ସରକାରୀ ହସ୍ପିଟାଲ ପରିସର । କିନ୍ତୁ ଏ ଯାଏ କାହାର ଦେଖା ନ ଥିବା ଆନ୍ଦୋଳନକାରି ସଫେଇ କର୍ମାଚାରୀ ଅଭିଯୋଗ କରିଛନ୍ତି ।
ଦୂର୍ଗା ପୂଜା ବୋନସ୍ ଏବଂ ୨୬ ଦିନ ବଦଳରେ ୩୦ ଦିନର ଦରମା ଦେବା ଦାବିରେ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି । ପ୍ରାୟ ୨୦୦ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି ।
ଫଳରେ ମେଡ଼ିକାଲରେ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଯୁଆଡ଼େ ଚାହିଁବ ସିଆଡ଼େ କୁଢ଼ କୁଢ଼ ଅଳିଆ ଓ ଆବର୍ଜନା । ଫଳରେ ଦୁର୍ଗନ୍ଧରେ ଫାଟି ପଡ଼ୁଛି ଡାକ୍ତରଖାନା ପରିସର ।
ଫଳରେ ମେଡ଼ିକାଲକୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଏ ନେଇ ରୋଗୀଠାରୁ ଆରମ୍ଭ କରି ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
କିନ୍ତୁ ଆନ୍ଦୋଳନକୁ ତିନି ଦିନ ବିତିଯାଇଥିଲେ ମଧ୍ୟ କାହାର ଆନ୍ଦୋଳନ ସ୍ଥଳରେ କାହାର ଦେଖା ନାହିଁ । ମେଡ଼ିକାଲ କର୍ତ୍ତୃପକ୍ଷ ଠିକା ନେଇଥିବା ସଂସ୍ଥାକୁ ଚିଠି ଲେଖି ବସିଯାଇଛନ୍ତି ।
ସେପଟେ ଠିକା ସଂସ୍ଥାରେ କୌଣସି ଅଧିକାରୀ ଆସି ସେମାନଙ୍କ ସହିତ ଆଲୋଚନା କରୁ ନ ଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

Related Posts

Seo wordpress plugin by www.seowizard.org.