Odisha News

ଡିସେମ୍ବର ୨୨ ବର୍ଷର ସବୁଠୁ ଛୋଟ ଦିନ

ଭୁବନେଶ୍ବର,୨୨/୧୨: କ୍ୟାଲେଣ୍ଡର ବର୍ଷ ୨୦୨୨ ଶେଷ ହେବାକୁ ଯାଉଛି। ଦୁଇ ଦିନ ପରେ ବଡ଼ଦିନ ଆସିବ। ଆଉ ମାତ୍ର ୯ ଦିନ ପରେ ୨୦୨୨ କ୍ୟାଲେଣ୍ଡର ଅଲୋଡା ହୋଇଯିବ। ବଡ଼ଦିନ ପୂର୍ବରୁ ଆଜି ବର୍ଷର ସବୁଠାରୁ ଛୋଟ ଦିନ ଆସିଛି। ତେଣୁ ସୂର‌୍ୟ୍ୟଙ୍କ ଅବସ୍ଥିତି କମ୍ ରହିଛି। ଛୋଟ ଦିନ ସଂପର୍କରେ ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଡିସେମ୍ବର ୨୨ ଓ ୨୩ ତାରିଖରେ ଓଡ଼ିଶାର ସୁନ୍ଦରଗଡ ଓ ମାଲକାନଗିରି ଠାରେ ଦିନର ଲମ୍ବ ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୪୭ ମିନିଟି ଓ ୧୧ ଘଣ୍ଟା ୦୧ ମିନିଟି ହେବ। ଭୂବନେଶ୍ବର ଠାରେ ଦିନର ଲମ୍ବା ମାତ୍ର ୧୦ ଘଣ୍ଟା ୫୪ ମିନିଟି ରହିବ। ଡିସେମ୍ବର ୨୨ ଓ ୨୩ ତାରିଖରେ ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୧୯ ମିନିଟି ଓ ୧୧ ଘଣ୍ଟା ୩୯ ମିନିଟି ହେବ।
ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହି ଦିନଟି ଉତ୍ତର ଗୋଲାର୍ଦ୍ଧରେ ବର୍ଷର ‘ସବୁଠାରୁ ଛୋଟ ଦିନ’ ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ଛୋଟ ଦିନରୁ ଓ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ଵା ହୁଏ । ମାର୍ଚ୍ଚ ମାସ ବସନ୍ତର ଆଗମନକୁ ସୂଚାଇଥାଏ, ଦିନ ଓ ରାତିର ଅବଧୂ ପାଖାପାଖ୍ ସମାନ ହୁଏ। ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୁତ ହୁଏ । ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ।

Related Posts

Seo wordpress plugin by www.seowizard.org.