Odisha News

ଟ୍ରାକ୍ଟର ଓଲଟି ପଡ଼ିବାରୁ ଟ୍ରାକ୍ଟର ଚାଳକ ଙ୍କ ମୃତ୍ୟୁ

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୧୨/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ଼ ଝୋଲା ପଞ୍ଚାୟତ ଅଧିନରେ ଥିବା ଘଡେଇ ବନ୍ଧ ଗ୍ରାମ ର ଗହିରରେ ଥିବା ବିଲରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଟ୍ରାକ୍ଟର ଚାଳକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ଅନୁଯାୟୀ ଟ୍ରାକ୍ଟର ଚାଳକ ଟୁନିଆ ବାରିକ(୪୦) ବିଲରେ ଟ୍ରାକ୍ଟର ସାହାଯ୍ୟରେ କାଦୁଅ କରିସାରି ବାହାରକୁ ବାହାରିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଟ୍ରାକ୍ଟର ସହିତ ଚାଳକ କାଦୁଅ ଭିତରେ ପଶିଯାଇଥିବା ଯୋଗୁ ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିଲା।ଲୋକମାନେ ବହୁକଷ୍ଟ ରେ କାଦୁଅ ଭିତରୁ ଚାଳକଙ୍କୁ ବାହାର କରିଥିଲେ ।

Related Posts

Seo wordpress plugin by www.seowizard.org.