Odisha News

କଲେଜରୁ ଫେରି ଘରେ ବିଷ ପିଇଦେଲେ ଆଇଟିଆଇ ଛାତ୍ର

ତିହିଡ଼ି, ୧୦/୯: ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ତିହିଡ଼ି ବ୍ଲକ୍ ଅଚକ ପଞ୍ଚାୟତର ଛନ୍ଦାସାହିର ଜଣେ ଆଇଟିଆଇ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ଗତକାଲି ରାତିରେ ବିଷପାନ କରିଥିଲେ। କାଲି କଲେଜରୁ ଫେରି ଛାତ୍ରଜଣଙ୍କ ଘରେ ବିଷ ପିଇଥିଲେ।
ଗୁରୁତର ଅବସ୍ଥାରେ ଛାତ୍ରଜଣଙ୍କୁ ପ୍ରଥମେ ତିହିଡ଼ି ଡାକ୍ତରଖାନା ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ। ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାର ଖବର ମିଳିଛି।
ତିହିଡ଼ି ଆଇଟିଆଇରେ ପଢ଼ୁଥିବା ଏହି ଛାତ୍ର ହେଲେ ଛନ୍ଦାସାହିର ଭକ୍ତହରି ମଳିକଙ୍କ ପୁଅ ଆଶୁତୋଷ ମଳିକ(୨୦)। ତେବେ ଆଶୁତୋଷ କାହିକି ବିଷପାନ କରିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।

Related Posts

Seo wordpress plugin by www.seowizard.org.