Odisha News

କନ୍ଧମାଳ ର ଚା’ବ୍ୟବସାୟୀଙ୍କ ପୁଅ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ; ସମଗ୍ର ଅଞ୍ଚଳରେ ଖୁସିର ଲହରୀ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୦/୯: ଦୃଢ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଓ ଆଗ୍ରହ ଯେକୌଣସି ବ୍ୟକ୍ତିକୁ ସଫଳତା ଆଣି ଦେଇଥାଏ । ଯାହାକି, କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଜଣେ ଚା’ ବ୍ୟବସାୟୀଙ୍କ ପୁଅ ନିଟର ସର୍ବ ଭାରତୀୟ ସ୍ତରରେ ନିଟ ଏଣ୍ଟ୍ରାନସ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ।
ଫୁଲବାଣୀର କଣ୍ଟ୍ରାକ୍ଟର ପଡା ର ବାସିନ୍ଦା ଶିବ ଶଙ୍କର ବେହେରାଙ୍କ ବଡ଼ ପୁଅ ସୁରଜ ମୋଟ ୬୩୫ ନମ୍ବର ରଖି ୮୬୫ ନମ୍ବର ସ୍ଥାନରେ ରହିଛନ୍ତି । ସୁରଜଙ୍କ ବାପା ମେଡିକାଲ ଛକରେ ଚା’ ଦୋକାନ କରି ନିଜ ପରିବାର ପୋଷନ୍ତି । ବାପାଙ୍କ ଇଚ୍ଛା ରହିଥିଲା ପୁଅ ଡାକ୍ତର ହୋଇ ରୋଗୀ ସେବା କରୁ ।
ଆର୍ଥିକ ଅଭାବ ଥାଇ ମଧ୍ୟ ସୁରଜ ନିଜ ଲକ୍ଷ୍ୟ ହାସଲ କରିଛନ୍ତି । ନିଟ୍ ଏଣ୍ଟ୍ରାନ୍ସ ପାଞ୍ଚଥର ଦେଇ ବିଫଳ ହୋଇ ଶେଷରେ ସୁରଜ ଲକ୍ଷ୍ୟ ହାସଲ କରିଛନ୍ତି । ଦୃଢ଼ ମନୋବଳ ହିଁ ତାଙ୍କୁ ଏହି ସଫଳତା ଆଣି ଦେଇଥିବା କହିଛନ୍ତି । ସୁରଜର କୃତକାର‌୍ୟ୍ୟରେ ବାପା ଶିବଶଙ୍କର ବେହେରା ଓ ପରିବାର ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ବର୍ତ୍ତମାନ ବିଭିନ୍ନ ମହଲରୁ ସୁରଜଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ବଲସକୁମ୍ପା ହାଇସ୍କୁଲରେ ସ୍ୱେଚ୍ଛାସେବୀ ଅନ୍ୱେଷଣ କାର୍ଯ୍ୟକ୍ରମ
କନ୍ଧମାଳ,୧୦/୯: କନ୍ଧମାଳ ଜିଲା ଖଜୁରୀପଡା ବ୍ଲକର ବଲସକୁମ୍ପା ପଞ୍ଚାୟତ ଅନ୍ତର୍ଗତ ବଲସକୁମ୍ପା ହାଇସ୍କୁଲରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱେଚ୍ଛାସେବୀ ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେର ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ବେହେରା, ବନ୍ଦନା ପଟ୍ଟନାୟକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ଦଳବେହେରା ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛାସେବୀ ଚନ୍ଦ୍ରମଣି ଦେହୁରୀ, ରୀତିମା ବାଘ, ସୋନାଲି ଦିଗାଲ, ମେଘାରାଣୀ ମହାପାତ୍ର, ଚନ୍ଦନ ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ରେ ସ୍କୁଲର ଛାତ୍ରଛାତ୍ରୀ ଏବଂ ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ହେଲନ ଅଞ୍ଜଳି ସେଠୀ ପ୍ରଥମ, ଶ୍ରାବଣୀ ସେଠୀ ଦ୍ୱିତୀୟ ଏବଂ ଲଭଲି ବାହୁକ ତୃତୀୟ ସ୍ଥାନ ଅଧିକାର କରିଥିଲେ।
କନ୍ଧମାଳ ଜିଲା ସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ତାଲିମ୍ ଶିବିର ଉଦଯାପିତ
କନ୍ଧମାଳ:୧୦/୯: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆର୍.ସେ.ଟି ସମ୍ମିଳନୀ କକ୍ଷରେ ୨ ଦିନ ଧରି ଚାଲିଥିବା ଜିଲା ସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି କ୍ଷ
ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ.ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲା ପ୍ରଶିକ୍ଷଣ ସଂଯୋଜିକା ଡ଼ଃ.ଅଳକା ପଟନାୟକ, ଅତିରିକ୍ତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼.ମନୋଜ କୁମାର ସାହୁ, ଡ଼ଃ.ରଂଜନ କୁମାର ସାହୁ, ଡ଼ଃ.ପ୍ରଶାନ୍ତ ମହାଲିକ୍ ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ତାଲିମ୍ ପ୍ରଦାନ କରିଥିଲେ।
ବିଶେଷ କରି ଏହି ପ୍ରଶିକ୍ଷଣ ଶିବିରରେ ଚାଷୀମାନେ ଯେଭଳି ଭାବେ ସେମାନଙ୍କର ଜୀବନ ଓ ଜୀବିକାରେ ପରିବର୍ତ୍ତନ ଆଣିବା ସହିତ ରୋଜଗାର କ୍ଷମତା ବୃଦ୍ଧି କରିପାରିବେ ସେ ଉପରେ ତାଲିମ୍ ଦିଆଯାଇଥିଲା। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳର ଛାଗ ଚାଷୀମାନେ ଯୋଗ ଦେଇଥିଲେ।

ଜଙ୍ଗଲ ଭିତରେ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ଗଞେଇ ଜବତ: ଚାଲାଣକାରୀ ମାନେ ଫେରାର
କନ୍ଧମାଳ,୧୦/୯:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ ଘଂଚ ଜଙ୍ଗଲ ଭିତରେ ଚଢ଼ାଉ କରି ୧୨୭ କିଲୋ ଗଞେଇ ଜବତ କରିବାରେ ସଫଳ ହୋଇଛି। ତେବେ ପୋଲିସକୁ ଦେଖି ଚୋରା ଗଂଜେଇ ଚାଲାଣକାରି ମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଫିରିଙ୍ଗିଆ ବ୍ଲକର ମାଓ ଅଧୁଷିତ ଅଞ୍ଚଳ କୁହାଯାଉଥିବା ସୁମେରବନ୍ଧ ପଂଚାୟତ ରିବିଲଦା ଗ୍ରାମ ପାଖ ଜଙ୍ଗଲରେ ଗଞେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା କୌଣସି ସୁତ୍ରରୁ ପୋଲିସ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲେ। ଏହି ମାମଲାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ବରିଷ୍ଠ ନାଗରିକ ଓ ବିକଳାଙ୍ଗଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କୋଠରୀ ଖୋଲିଲା
କନ୍ଧମାଳ, ୧୦/୯: କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଡାକ୍ତରଖାନା ପରିସରରେ ଓପିଡି- ୨ ରୁମ ନମ୍ବର ୫ରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ନାଗରିକ ଓ ବିକଳାଙ୍ଗ ମାନଙ୍କ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର କୋଠରୀ ଖୋଲା ଯାଇଛି। ଡାକ୍ତର ସୁଶ୍ରୀତ କୁମାର ସାହୁଙ୍କୁ ବରିଷ୍ଠ ନାଗରିକଙ୍କ ଚିକିତ୍ସା ନିମନ୍ତେ ଦାୟିତ୍ୱ ଦିଆଯାଇଛି। ସେ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା କରିବେ। କନ୍ଧମାଳ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ମଞ୍ଚ ଓ ମିଳିତ ନାଗରିକ ମଞ୍ଚ ପକ୍ଷରୁ ଅନେକ ସମୟରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଙ୍କୁ ସାକ୍ଷାତ କରି ବରିଷ୍ଠ ନାଗରିକଙ୍କ ନିମନ୍ତେ ଜଣେ ସ୍ୱତନ୍ତ୍ର ଡାକ୍ତରଙ୍କ ସହ ସ୍ୱତନ୍ତ୍ର କୋଠରୀ ପାଇଁ ଦାବି କରି ଆସୁଥିଲେ। ଫଳରେ ସ୍ୱାସ୍ଥ୍ୟ ବିଭାଗ ଏହି ଦାବିକୁ ଯଥାର୍ଥ ମନେ କରି ବରିଷ୍ଠ ନାଗରିକଙ୍କ ଏକ ସ୍ୱତନ୍ତ୍ର କୋଠରୀ ସହ ସ୍ୱତନ୍ତ୍ର ଡାକ୍ତରଙ୍କ ବ୍ୟବସ୍ଥା କରିଛନ୍ତି। ଫଳରେ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ସଂଘ, ମିଳିତ ନାଗରିକ ମଞ୍ଚ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ,ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରି ଡା. ମନୋଜ ଉପାଧ୍ୟାୟ ଓ ବରିଷ୍ଠ ମାନଙ୍କ ସ୍ୱତନ୍ତ୍ର ଚିକିତ୍ସା ଦାୟିତ୍ବ ଗ୍ରହଣ କରିଥିବା ଡାକ୍ତର ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି।

Related Posts

Seo wordpress plugin by www.seowizard.org.