Odisha News

ଗଜପତି: ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ “ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋଟ
ଗଜପତି,୧୦/୯ :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ,ଠାରେ ଆଜି ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ନେତୃତ୍ୱରେ ଏକ ସଚେତନତା ଶୋଭାଯାତ୍ରା ବାହାରି ଥିଲା ।
ଏହି ଶୋଭାଯାତ୍ରାକୁ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଶୋଭାଯାତ୍ରାରେ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅନ୍ତର୍ଯ୍ୟାମ ସାହୁ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ଗ୍ରାମର ଯୁବକ ଓ ଯୁବତୀ ମାନେ ସାମିଲ ରହି ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ଦେଇ ଗାଁ ବସ୍ତି ପରିକ୍ରମା କରିଥିଲେ ।
ଏହି ଦିବସ କାର୍ଯ୍ୟକ୍ରମ ପାଳନ ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରିକ ଏବଂ ପିଏଚଇଓ: ମମତା ପାଢ଼ୀ ଅଧିକ ସୂଚନା ଦେଇ କହିଛନ୍ତି ଯେ , ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖ ଦିନକୁ ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ ଭାବେ ପାଳନ କରା ଯଇଥାଏ ।
ପ୍ରତିବର୍ଷ ସମଗ୍ର ବିଶ୍ୱରେ ଦିନକୁ ଦିନ ଏହି ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ଏବଂ ଏହାକୁ କିଭଳି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ରୋକା ଯାଇପାରିବ , ତାହାହିଁ ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
ମୁଖ୍ୟତଃ ବେ ରୋଜଗାରୀ , ପ୍ରେମ୍ ସମ୍ପର୍କ , ବିବାହ ଉଚ୍ଛେଦ , ପାରିବାରିକ ଅଶାନ୍ତି , ଦାରିଦ୍ର‌୍ୟତା , ଏକାକିତ୍ବ , ଋଣବୋଝ ଏବଂ ମାନସିକ ସ୍ଵାସ୍ଥ୍ୟ ସେବାର ଅଭାବ ପ୍ରଭୃତି ଆତ୍ମହତ୍ୟାର ଗୋଟିଏ ଗୋଟିଏ କାରଣ ବୋଲି କହିଥିଲେ ।
ପୁରୁଷଙ୍କ ତୁଳନାରେ ମହିଳା ମାନେ ଅଧିକ ସଂଖ୍ୟାରେ ଏବଂ ୧୫ ରୁ ୨୯ ବର୍ଷ ବୟସ ମଧ୍ୟରେ ଥିବା ଯୁବାବର୍ଗ ଏଭଳି ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତାର ପନ୍ଥାକୁ ଅଧିକ ମାତ୍ରାରେ ଗ୍ରହଣ କରିଥାନ୍ତି ।
ବିଭିନ୍ନ ଦେଶ ମାନଙ୍କରେ ଏହି ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଆୟୋଜନ କରା ଯାଇଥାଏ ।
ଏହି ଦିନରେ ଆତ୍ମହତ୍ୟା ଭଳି ଘୁଣ୍ୟ ଓ ଦୁର୍ବଳ ମାନସିକତା ଠାରୁ କିଭଳି ଦୂରେଇ ରହିବେ , ସେ ସମ୍ପର୍କରେ ସଚେତନ କରାଯିବା ସହ ସେମାନଙ୍କ ମନରେ ବଞ୍ଚି ରହିବା ପାଇଁ ବିଭିନ୍ନ ନୂତନ ଆଶା ସୃଷ୍ଠି କରା ଯାଇଥାଏ ।
ଚଳିତ ଥର ଏହି ଦିବସ ପାଳନର ମୁଖ୍ୟ ପ୍ରସଙ୍ଗ ଥିଲା:- ” କାର୍ଯ୍ୟ ମାଧ୍ୟମରେ ଆଶା ସଞ୍ଚାର କରିବା ” ।

Related Posts

Seo wordpress plugin by www.seowizard.org.