Odisha News

ଉଦଘାଟିତ ହେଲା ବୌଦ୍ଧ ବୁଣାକାର ବଜାର, ଯୋଗଦେଲେ ରାଜ୍ୟର ୩୪୮ ବୁଣାକାର

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୧୧: ବୌଦ୍ଧ ସହର ସ୍ଥିତ ବିଜୁ ପଟ୍ଟନାୟକ ଆଦର୍ଶ କୃଷକ ବଜାର ଠାରେ ରବିବାର ଦିନ ଉଦଘାଟିତ ହୋଇଯାଇଛି ବୁଣାକାର ବଜାର । ଓଡିଶା ତଥା ସାରା ରାଜ୍ୟର ବୁଣାକାର ମାନଙ୍କୁ ବଜାର ଯୋଗାଇ ଦେବା ସହ ବୁଣାକାର ସାମଗ୍ରୀ ଗୋଟିଏ ସ୍ଥାନରେ ଗ୍ରାହକ ମାନଙ୍କୁ ଯୋଗାଇବା ଲକ୍ଷ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ବଜାର ଖୋଲା ଯାଇଛି । ଜିଲ୍ଲାବସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଆଜି ଶେଷ ହୋଇଛି ।
ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଉ ଉଦଘାଟନ କରିଥିଲେ । ଜିଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀ ଅମାତ ଏହି ବଜାର ଦ୍ୱାରା ହାତ ତିଆରି ବସ୍ତ୍ରର ଚାହିଦା ବୃଦ୍ଧି ହେବା ସହଲୋକମାନେ ସୁଲଭ ମୁଲ୍ୟରେ ସମ୍ବଲପୁରୀ ବସ୍ତ୍ର ପାଇପାରିବେ ।
ଏହା ସହ ରାଜ୍ୟର ବୁଣାକାର ଭାଇ ମାନେ ସେମାନଙ୍କ ପରିଶ୍ରମର ଫଳ ମଧ୍ୟ ପାଇ ପାରିବେ । ସମ୍ମାନୀତ ଅତିଥି ଭାବେ ଆସ୍କା ବିଧାୟିକା ମଂଜୁଳା ସ୍ୱାଇଁ, , ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଳାଦ ସହାୟ ମିନା, ସୋନପୁର ଅତିରିକ୍ତ ଜିଲ୍ଲାପାଳ ସତ୍ୟନାରାୟଣ ଦାସ, କନ୍ଧମାଳ ସାଂସଦ ପ୍ରତିନିଧି ତାରେଣୀ କୁମାର ମହାପାତ୍ର , ବୌଦ୍ଧ ଅତରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ୱାଗତ ଭାଷଣ ଦେବା ସହ ମଞ୍ଚ ପରିଚଳାନା କରିଥିଲେ । ଜିଲ୍ଲାପାଳ ଶ୍ରୀ ସାହୁ ଏହି ବୁଣାକାର ବଜାର ଯେପରି ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହୋଇପାରିବ ଏହା ଆମର ଲକ୍ଷ୍ୟ ବୋଲି କହିବା ସହ ଓଡିଶାର ବୁଣାକର ସାମଗ୍ରୀ ଯେପରି ସାରା ବିଶ୍ୱରେ ଆଦୃତ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ବୁଣାକାର ବଜାର ପ୍ରତି ରବିବାର ଦିନ ଏହି କୃଷକ ବଜାର ଠାରେ ବସିବ । ଏଥି ପାଇଁ ପ୍ରଶାସନ ପକ୍ଷରୁ ବୁଣ।।କାର ଭାଇ ମାନଙ୍କୁ ସମସ୍ତ ସୁବିଧା ଯୋଗାଇଦିଆଯିବ ବୋଲି ମଧ୍ୟ ଜିଲ୍ଲାପାଳ ଶ୍ରୀ ସାହୁ ପ୍ରକାଶ କରିଥିଲେ । ଅତିଥି ମାନେ ଏହି ବୁଣାକାର ବଜାର ଯୋଗୁଁ ହାତ ତିଆରି ବସ୍ତ୍ରର ଚାହିଦା ବୃଦ୍ଧି ଘଟିବ ବୋଲି ମତ ବ୍ୟକ୍ତ କରିଥିଲେ । ଉଦଘାଟନ ଦିବସରେ ସାରା ପଶ୍ଚିମ ଓଡିଶାର ବୁଣାକାର ମାନେ ଆସିଥିବା ବେଳେ ବୌଦ୍ଧ ଜିଲ୍ଲାର ସମସ୍ତ ବୁଣାକାର ଭାଇ ମାନେ ନିଜର ସମାଗ୍ରୀ ବିକ୍ରି ପାଇଁ ଆଣିଥିଲୋ ଏହା ସହ ଖୋର୍ଦ୍ଧା, ଗଂଜମ , କୋରାପୁଟ ଆଦି ଜିଲ୍ଲାର ବୁଣାକାର ମାନେ ଯୋଗ ଦେଇଥିଲେ । ଏଥିରେ ୩୪୮ ଜଣ ବୁଣାକାର ଯୋଗ ଦେଇ ବସ୍ତ୍ର ବିକ୍ରି କରିଥିଲେ ।
୩୦ ଖଣ୍ଡ ଶାଳ ଚଉକାଠ ସହ କାର ଜବତ, ଦୁଇ ଗିରଫ
ବୌଦ୍ଧ,୧୪/୧୧ : ବୌଦ୍ଧ ରେଂଜ ଅର୍ନ୍ତଗତ ହରଭଙ୍ଗା ବ୍ଳକ କୃଷ୍ଣମୋହନପୁର ଗ୍ରାମନିକଟସ୍ଥ ବଲାଟ ନାଳ ନିକଟରେ ବନବିଭାଗ ପକ୍ଷରୁ ଏକ କାର ଉପରେ ଚଢାଉ କରି ୩୦ ଖଣ୍ଡ ଶାଳ ଚୌକାଠ ସହ ଏକ ମାରୁତି କାର କୁ ଜବତ କରିଥିବା ବେଳେ ଦୁଇଜଣଙ୍କୁ ଗିରଫ କରିଛି ।
ସୂଚନା ମୁତାବକ ବୌଦ୍ଧ ବନବିଭାଗ ପକ୍ଷରୁ ଜଗନ୍ନାଥ ସଡକରେ ପେଟ୍ରୋଲିଂ ଚାଲିଥିବା ବେଳେ ଏକ କାରରେ ବେଆଇନ କାଠ ଚାଲାଣ ହେଉଥିବା ବନବିଭାଗ ଖବର ପାଇ କୃଷ୍ଣମୋହନପୁର ବଲାଟ ନାଳ ନିକଟରେ ଉକ୍ତ କାର ଉପରେ ଚଢାଉ କରିଥିଲେ ।
କାର ମଧ୍ୟରୁ ୩୦ ଖଣ୍ଡ ଶାଳ ଚୌକାଠ ଜବତ କରିବା ସହ କାରକୁ ଜବତ କରାଯାଇଛି । ଏବଂ କାରରେ ଥିବା ବୌଦ୍ଧ ସହରର ସୁନିଲ ନାଏକ ଓ ଅନୁଗୁଳ ଜିଲ୍ଲା କିଆକଟା ଥାନା କାଦପଡା ଗ୍ରାମର ଶ୍ରୀରାମ ଭୁୟାଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଫରେଷ୍ଟର ସ୍ୱାଧିନ ସାମଲ, ଫରେଷ୍ଟଗାଡ ପ୍ରକାଶ ପ୍ରଧାନ, ସନ୍ତୋଷ ବାରିକ, ସବୁତ୍ର ପ୍ରଧାନ, ସୁଶାନ୍ତ ସାହୁ ପ୍ରମୁଖ ସାମିଲ ଥିଲେ ।
ଉଦଯାପିତ ହେଲା ୧୯ବର୍ଷରୁ କମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାଅଭିଜିତ ମହାରଣା ଓ ଅମ୍ରିତ ମହାନ୍ତି ଚମ୍ପିୟାନ
ବୌଦ୍ଧ,୧୪/୧୧: ରାଜ୍ୟ ବ୍ୟାଡମିଣ୍ଟନ ଏସୋସିଏସନ ଆନୁକୂଲ୍ୟରେ ବୌଦ୍ଧ ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ବୌଦ୍ଧ ଇନଡୋର ଷ୍ଟାଡିୟମଠାରେ ଚାଲଥିବା ୧୯ବର୍ଷରୁ କମ୍ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଦିନ ଉଦଯାପିତ ହୋଇଛି ।
ଏହି ପ୍ରତିଯୋଗିତାରେ ରାଜ୍ୟର ୨୭ଟି ଜିଲ୍ଲାରୁ ୧୨୦ ଜଣ ବାଳକ ବାଳିକା ଅଂଶଗ୍ରହଣ କରିଥିଲେ । ଉଦଯାପନ ଦିବସରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବ୍ଳକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ସମ୍ମାନୀତ ଅତିଥିଭାବେ ହରଭଙ୍ଗା ବ୍ଳକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ର, ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ଶିବ କୁମାର ମିଶ୍ର , ଓଡ଼ିଶା ବ୍ୟାଡମିଣ୍ଟନ ଏସୋସିଏସନ ସଂପାଦକ ନିଲିନ କୁମାର, ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଉପସଭାପତି ପ୍ରଦୀପ ପଟନାୟକ, କୋଷାଧ୍ୟକ୍ଷ ପ୍ରଦୀପ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରତିଯୋଗିତାରେ ବାଳକ ଡବଲସ ଗୃପରେ ଭୁବନେଶ୍ୱରର ଅଭିଜିତ ମହାରଣା, ଓ ଅମ୍ରିତ ମହାନ୍ତି ଚମ୍ପିୟାନ ହୋଇଥିବା ବେଳେ ବାଲେଶ୍ୱରର ଅମୀୟ କୁମାର ନାଏକ ଓ ସମ୍ବଲପୁରରର ତହସିଦ ଖାନ ଯୋଡି ରନର୍ସ ହୋଇଥିଲେ । ସେହିପରି ବାଳିକା ସିଙ୍ଗିଲ ବିଭାଗରେ ସୁନ୍ଦରଗଡର ବିଶାଖା ଟପୋ ଉଇନର ହୋଇଥିବା ବେଳେ କଟକର ଶୃତି ସ୍ୱାଇଁ ରନର୍ସ ହୋଇଥିଲେ । ବାଳକ ସିଙ୍ଗିଲ ବିଭାଗରେ ସମ୍‌ôଲପୁରର ତହସିଦ ଖାଁ ଉଇନର ହୋଇଥିବା ବେଳେ ବାଲେଶ୍ୱରର ମୟଙ୍କ ଭରଦ୍ୱାଜ ରନର୍ସ ହୋଇଥିଲେ ।
ବାଳିକା ଡବଲସ ବିଭାଗରେ ଯାଜପୁରର ପ୍ରଗତି ପରିଡା ଓ ସୁନ୍ଦରଗଡର ବିଶାଖା ଟପୋ ଉଇନର ହୋଇଥିବା ବେଳେ ଭୁବନେଶ୍ୱରର ହର୍ଷିତା ରାଉତ ଓ କଟକର ଶୃତି ସ୍ୱାଇଁ ରନର୍ସ ହୋଇଥିଲେ । ମିକ୍ସ ଡବଲସରେ ଅଭିଜିତ ମହରଣା ଓ ହର୍ଷିତା ରାଉତ ଉଇନର ହୋଇଥିବା ବେଳେ ଅମ୍ରିତ ମହାନ୍ତୀ ଓ ଶୃତି ସ୍ୱାଇଁ ରନର୍ସ ହୋଇଥିଲେ । ଶେଷରେ କୃତି ଖେଳାଳୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ରାଶି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
ସମସ୍ତ ଖେଳକୁ ରାଜ୍ୟ ବ୍ୟାଡମିଣ୍ଟନ ଏସୋସିଏସନ ଦ୍ୱାରା ମନୋନୀତ ରେଫରି ବିଜୟ କୁମାର ବାଗ , ଜୟନ୍ତ କୁମାର ମିଶ୍ର, ଲକ୍ଷପତି ନନ୍ଦ, ସମୀର ସାହୁ , ରୁପକ ପ୍ରଧାନ, ମନୀସ କୁମାର ହାଁସଦା, ହରିପ୍ରସାଦ ଅନ୍ତଲ, ପରାଗ ପ୍ରଧାନ, ହେମାନନ୍ଦ ଥାପା, ସ୍ନେହାଶିଶ ପ୍ରଧାନ , ଡ. କିଶୋର ଚନ୍ଦ୍ର ପଟନାୟକ, ବ୍ରଦ୍ରିନାରାୟଣ ମିଶ୍ର, ବିବେକାନନ୍ଦ କର୍ଣ୍ଣ ପରିଚାଳନା କରିଥିଲେ ।
ପ୍ରତିଯୋଗିତାକକୁ ଜିଲା ବେଡମିଣ୍ଟନ ସଂଘର ସଭାପତି ଜୁଲିୟସସିଜର ମହାକୁଳ ଉପସଭାପତି ପ୍ରଦୋଷ କୁମାର ମହାରଣା, ସଂପାଦକ ହୃଦାନନ୍ଦ ମିଶ୍ର, ସଂଗଠନ ସଂପାଦକ ସୁନ୍ଦର ପ୍ରକାଶ, ବ୍ରଦିନାରାୟଣ ମିଶ୍ର,ବିଭୁ ପଣ୍ଡା, ପରେଶ ବେହେରା, ପ୍ରିତମ ମିଶ୍ର, ହେମନ୍ତ ଚମ୍ପତି, ବିଘ୍ନେଶ ଅଗ୍ରୱାଲା, ଆଲୋକ ରଥ, ଗଣେଷ ମହାପାତ୍ର,ଏସକେ ସାହାଜାହାନ,ଶିବାନନ୍ଦ ସାହୁ ଓ ସଂଘର ସମସ୍ତ ସଦସ୍ୟଙ୍କ ପୁର୍ଣ୍ଣ ସହଯୋଗରେ ଦୀର୍ଘ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା ।
ବୌଦ୍ଧରେ ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜର ଶତବାର୍ଷିକୀ ଉତ୍ସବ
ବୌଦ୍ଧ,୧୪/୧୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମପଞ୍ଚାୟତର ରଇଠାଣୀ ଗ୍ରାମଠାରେ ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜର ଶତବାର୍ଷିକୀ ଉତ୍ସବ ମହାସମାରୋହରେ ରବିବାର ଦିନ ପାଳିତ ହୋଇଯାଇଛି । ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜର କୁଳାଧୀଶ ପ୍ରହଲ୍ଲାଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ରାଜ୍ୟ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତ.ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ସମାଜ ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହେବାସହିତ ଜାତି ପତାକା ଉତ୍ତୋଳନ କରିଥିଲେ ।
ଆଳିୟ ଖଣ୍ଡାୟତ ସମାଜର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଜାତି ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବିଶେଷ ଭାବରେ ଜାତି ସମାଜ ମଧ୍ୟରେ ସହଯୋଗିତା,ସହଭାଗିତା ଓ ଏହାର ବିକାଶ ଦିଗରେ ମିଳିତ ଆଳିୟ ସମାଜର ଅବଦାନ ସଂପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ସରସରା ଗ୍ରାମପଞ୍ଚାୟତର ସରପଞ୍ଚ ହରି ନାଏକ ପ୍ରମୁଖ ଯୋଗଦେଇଥିଲେ ।
ଅନ୍ୟତମ ଅତିଥି ଭାବରେ ଆଳିୟ ଖଣ୍ଡାୟତ ସମାଜର କେନ୍ଦ୍ରୀୟ ଉପସଭାପତି ଖଲି ପରିଡା, ସାଧାରଣ ସମ୍ପାଦକ ନିରଞ୍ଜନ ନାୟକ, ମୁଖ୍ୟ ନିର୍ବାଚନ ଅଧିକାରୀ ଶିବ ନାହାକ, ବୌଦ୍ଧ ଶାଖା ଆଳିୟ ଖଣ୍ଡାୟତ ସମାଜର ସଭାପତି ମହାଦେବ ପାତ୍ର,ଉପସଭାପତି ଲକ୍ଷ୍ମଣ ସିଅ,ସଂପାଦକ ନାରାୟଣ ସିଅ,ସଂଗଠକ ପ୍ରଶାନ୍ତ ନାୟକ,କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତର୍ମୟୀ ସ୍ୱାଇଁ, ଆସ୍କା ପଞ୍ଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣି ନାହାକ, ଜିଲା ସହସମ୍ପାଦକ ଗୋକୁଳ ନାହାକ,କୋଷାଧ୍ୟକ୍ଷ ସୁଦାମ ଚରଣ ସ୍ୱାଇଁ,ମହେଶ୍ୱର ପାତ୍ର,ସରୋଜ ପାତ୍ର,ବିଦ୍ୟାଧର ସ୍ୱାଇଁ ପ୍ରମୁଖ ଉପସ୍ଥିତଥିଲେ ।
ଏହି ସମାରୋହରେ ରାଜ୍ୟର ବିଭିନ୍ନ ଜିଲାରୁ ଆଳିୟ ଖଣ୍ଡାୟତ ଜାତି ସମାଜର ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବିରୁପାକ୍ଷ ସ୍ୱାଇଁ ସଭା ପରିଚାଳନା କରିଥିବାବେଳେ ନିରଞ୍ଜନ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Posts

Seo wordpress plugin by www.seowizard.org.