Odisha News

ଆରସେଟି ବୌଦ୍ଧ ଠାରେ ବ୍ୟବସାୟ ଭିତ୍ତିକ ଉଦ୍ୟାନ ଚାଷ ତାଲିମ ଉଦଯାପିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୨ : ବୌଦ୍ଧସ୍ଥିତ ଲକ୍ଷଣ୍ଡିବନ୍ଧ ଠାରେ ଅବସ୍ଥାପିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ୧୩ ଦିନ ବ୍ୟାପି ଚାଲିଥିବା ବ୍ୟବସାୟ ଭିତ୍ତିକ ଉଦ୍ୟାନ ଚାଷ ତାଲିମ ଉଦଯାପିତ ହୋଇଯାଇଅଛି ৷
ବୌଦ୍ଧ ଜିଲ୍ଲା ରୁ ବଉଦ ଏବଂ ହରଭଙ୍ଗା ବ୍ଲକ ରୁ ୩୦ ଜଣ ପ୍ରଶିକ୍ଷାର୍ଥୀ ମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ৷ ଏଥିରେ ଆରସେଟି ନିର୍ଦେଶକ ଶ୍ରୀ ବିଚିତ୍ର ମହାପାତ୍ର ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମଟିକୁ ଶୁଭ ଆରମ୍ଭ କରିଥିଲେ ৷ ଏହି ତାଲିମ କାର୍ଯ୍ୟକ୍ରମ ରେ ଉଦ୍ୟାନ ଚାଷ ର ସମସ୍ତ ଦିଗ ଉପରେ ଆଲୋକପାତ କରିବା ସହିତ ଏହାର କୌଶଳ ଶିକ୍ଷା ଦେଇଥିଲେ କ୍ଷ
ସମସ୍ତ ପ୍ରଶିକ୍ଷାର୍ଥୀ ମାନେ ବୈଷୟିକ ଜ୍ଞାନ ସହିତ କେମିତି ସଫଳ ଉଦ୍ୟଗୀ ହୋଇପାରିବେ ସେ ବିଷୟରେ ମଧ୍ୟ ଶିକ୍ଷା ଲାଭ କଲେ କ୍ଷ ତାଲିମ ର ଅନ୍ତିମ ଦିବସରେ ଡି.ଜି.ଏମ (ଏଫ .ଆଇ) ଶ୍ରୀ ଶ୍ରୀକାନ୍ତ ତ୍ରିପାଠୀ, ଏ.ଜି.ଏମ (ଏଫ .ଆଇ) ଶ୍ରୀ ପ୍ରଦୀପ୍ତ ବେହେରା ଏବଂ ଏଲ. ଡି. ଏମ. ଶ୍ରୀ କାର୍ତ୍ତିକେଶ୍ୱର ପଣ୍ଡା ତାଲିମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ ৷
ଏହି କାର୍ଯ୍ୟକ୍ରମର ସଂଯୋଜକ କାନନ ଖମାରୀ ତାଲିମ କାର‌୍ୟ୍ୟକ୍ରମର ସଫଳ ପରିଚାଳନା କରିବା ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ତାଙ୍କୁ ସହଯୋଗ କରିଥିଲେ ৷

Related Posts

Seo wordpress plugin by www.seowizard.org.