Odisha News

ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା, ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ମାଗିଲେ ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର, ୫/୧୦ : ଆରଆଇ ଏବଂ ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ସହିତ ପରୀକ୍ଷାରେ ବିଭ୍ରାଟ ନେଇ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ରିପୋର୍ଟ ମାଗିଛନ୍ତି ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ପରୀକ୍ଷା ହୋଇଥିବା ବିଭ୍ରାଟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଯେଉଁ ଅଭିଯୋଗ ହସ୍ତଗତ ହୋଇଛି ସେଥିରୁ ଜଣା ପଡ଼ିଛୁ ଯେ ପରୀକ୍ଷା ପାଇଁ ଏହା ଅନୁକୂଳ ପ୍ରକ୍ରିୟା ନୁହଁ । ସରକାର ଅନୁଧ୍ୟାନ କରି ବ୍ଲାକ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ । ତ୍ରୁଟି ବିଚ୍ୟୁତି କେତେ ପରିମାଣର ହୋଇଛି ଏହା ପରୀକ୍ଷା ଫଳାଫଳକୁ କେତେ ପ୍ରଭାବ ପକାଇବ ତାକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେବେ । ଏହାର ସମାଧାନ ପାଇଁ ସମସ୍ତ ଦ୍ୱାର ଖୋଲା ଅଛି ବୋଲି ମନ୍ତ୍ରୀ କହିଛନ୍ତି ।
ପରୀକ୍ଷା ସବୁବେଳେ ତ୍ରୁଟି ଶୂନ୍ୟ ହେବା କଥା । ଉଚିତ ସ୍ଥାନରେ ପରୀକ୍ଷା ହେଉନଥିବା ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି। ପରୀକ୍ଷାରେ ଅବ୍ୟବସ୍ଥା ଅଭିଯୋଗ ମୋ ପାଖକୁ ଆସିଛି । ଆରଆଇ ଅମିନ ପରୀକ୍ଷା ରାଜସ୍ୱ ବିଭାଗର ନୁହେଁ, ଓଏସ୍‌ଏସ୍‌ଏସ୍‌ସି ଦ୍ୱାରା ପରିଚାଳିତ ହୋଇଥାଏ । ଜଣେ ଥାର୍ଡ଼ ପାର୍ଟିକୁ ଷ୍ଟାପ ସିଲେକ୍ସନ ବୋର୍ଡ ଆଉଟସୋରସିଂ କରିଥିବା ଖବର ଆସୁଛି । ସେହି କମ୍ପାନୀର ବିଶ୍ଵସନୀୟତାକୁ ନେଇ ବି ପ୍ରଶ୍ନ ଉଠିଛି।

Related Posts

Seo wordpress plugin by www.seowizard.org.