Odisha News

ଆମ୍ବ ଗୋଟାଇବାକୁ ଯାଇଥିଲେ, ଆଉ ଫେରିଲେନି ; ତୋଟାରେ ହାତୀ ନେଇଗଲା ଜୀବନ

ବନ୍ତଳା,୭/୫: ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭)ବୋଲି ଜଣାପଡିଛି।
ସୂଚନା ମୁତାବକ ବନ୍ତଳା ବନାଞ୍ଚଳର ତଳଗଡ଼ ଗ୍ରାମର ବିଜୁଳି ସାହୁ ଆଜି ସକାଳ ପ୍ରାୟ ୫ଟା ବେଳକୁ ଗାଁ ନିକଟରେ ଥିବା ଆମ୍ବ ବାଡିକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ତେବେ ପୂର୍ବରୁ ସେଠାରେ ଥିବା ଏକ ଦନ୍ତା ହାତୀ ବିଜୁଳିଙ୍କୁ ଆକ୍ରମଣ କରିଥିଲା। ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେବା ସହ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ପକ୍ଷରେ ନିକଟରେ ଥିବା ଏକ ସୋଲାର ତାର ବାଡ଼ରେ ହାତୀଟି ଫସି ରହିଛି। ବନ ବିଭାଗର କର୍ମଚାରୀମାନେ ହାତୀ ଘଉଡାଇବା କାର‌୍ୟ୍ୟ ଜାରି କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୨୯ତାରିଖରେ ମରଣ୍ଡା ଗ୍ରାମର ଝଟକ ବେହେରା ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଆଜିର ଘଟଣାକୁ ମିଶାଇ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ୧୦ଜଣଙ୍କ ଜୀବନ ଯାଇଛି।

Related Posts

Seo wordpress plugin by www.seowizard.org.