Odisha News

୩ ବର୍ଷର କୁନି ଝିଅକୁ ଝୁଣି ପକାଇଲା ପାଗଳ କୁକୁର

ପାଟଣାଗଡ଼, ୧୩/୧୦: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବାଲିପଟା ପଞ୍ଚାୟତରେ ଏକ ପାଗଳା କୁକୁରର ଦୌରାତ୍ମ୍ୟ ଦେଖିବାକୁ ମିଳିଛି। କୁକୁରଟି ବାଲିପଟା ଓ କଲଙ୍ଗାପାଲିର ସମୁଦାୟ ୧୩ ଜଣଙ୍କୁ କାମୁଡି ଥିବା ବେଳେ ଏଥିରେ ୪ ବର୍ଷିୟା ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଆଜି ବାଲିପଟା ପଞ୍ଚାୟତ ଅନ୍ତର୍ଗତ ବାଲିପଟା ଓ କଲଙ୍ଗାପାଲି ଗ୍ରାମରେ ଏକ କୁକୁର ବୁଲି ବୁଲି ଲୋକଙ୍କୁ କାମୁଡି ଥିଲା। ଏହି କୁକୁରର କାମୁଡାରେ ବାଲିପଟା ଗ୍ରାମର ଗୋଦାମ ମୁଣ୍ଡାଙ୍କ ୪ ବର୍ଷିୟା ଝିଅ ଦାପାଞ୍ଜଳି ମୁଣ୍ଡା, ସଂକିର୍ତ୍ତନ ମାଝୀ(୬୦), ସରସ୍ବତୀ ବେହେରା(୪୫), ସେବୁ ଭୋଇ(୭), ପୁନି ସାହୁ(୬୦) ଓ କଲଙ୍ଗାପାଲି ଗ୍ରାମର ଚନ୍ଦ୍ର କାନ୍ତି ସାହୁ(୫୦) ଗୁରୁତର ହୋଇ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଦାପାଞ୍ଜଳି ମୁଣ୍ଡାକୁ କୁକୁରଟି ମୁଣ୍ଡ ଓ ଗଳାରେ କାମୁଡି ମାଂସ ବାହାର କରି ଦେଇଥିବା ଜଣାପଡିଛି।
ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଦୀପାର୍ଥକ ମୃତ୍ୟୁ ଘଟିଥିବା ବେଳେ ମୃତଦେହକୁ ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଅନ୍ୟମାନେ ଚିକିତ୍ସିତ ହୋଇ ଘରକୁ ଯାଇଥିବା ଜଣାପଡ଼ିଛି। କୁକୁର କାମୁଡ଼ାରେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେଥି ମଧ୍ୟରୁ ଡାକ୍ତରଖାନାକୁ ୬ ଜଣ ଆସି ଚିକିତ୍ସିତ ହୋଇଥିବା ବେଳେ ଅନ୍ୟମାନେ ଚେରମୂଳି ଚିକିତ୍ସା ପାଇଁ ନିକଟସ୍ଥ ବୈଦରାଜମାନଙ୍କ ପାଖକୁ ଯାଇଥିବା ଜଣାପଡ଼ିଛି।

Related Posts

Seo wordpress plugin by www.seowizard.org.