ସାଇବର ପୋଲିସ ପଞ୍ଝାରେ ସାଇବର ଠକ, ଚାକିରି ଦେବାକୁ ଠକିଥିଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର ୫/୬: ସାଇବର ଥାନା ପୋଲିସ ହାତରେ ସାଇବର ଠକ । ଚାକିରି ଦେବା ଆଳରେ ଠକିଥିଲା ଲକ୍ଷାଧିକ ଟଙ୍କା । ଗିରଫ ସାଇବର ଠକଙ୍କ ନାମ ଦିଲ୍ଲୀପ ବେହେରା ବୋଲି ଜଣାପଡ଼ିଛି ।
ଖବର ଅନୁଯାୟୀ, ନାଲକୋ, ଏନଟିପିସି, ଲାନକୋ, ସିମ୍ପ୍ଲେକ୍ସ ଭଳି ବଡ଼ ବଡ଼ କମ୍ପାନୀ ରେ ଚାକିରୀ ଦେବା ନାଁରେ ଠକେଇ କରିଥିଲା।
ବିଭିନ୍ନ ଖବରକାଗଜ ମାଧ୍ୟମରେ ଆଡ୍ ଦେବା ସହ ଅନଲାଇନ ପେମେଂଟ ନେଇଥିଲା ଠକ ଦିଲ୍ଲୀପ ବେହେରା। ମଞ୍ଚେଶ୍ୱର ଥାନା ଇଂଜିଣାରୁ ଗିରଫ କଲା ସାଇବର ଥାନା ପୁଲିସ। ଦିଲ୍ଲୀପର ଚାରୋଟି ବ୍ୟାଙ୍କ୍ ଆକାଉଣ୍ଟକୁ ଫ୍ରିଜ୍ କରିଛି ସାଇବର ଥାନା।