Odisha News

ସାଂସଦ ଅନୁଭବଙ୍କ ନାଁରେ ଆଉ ଏକ କେସ୍ କଲେ ବର୍ଷା

ଭୁବନେଶ୍ୱର,୧୦/୬: ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ ଆସିଛି । ଅନୁୁଭବଙ୍କ ନାଁରେ ବର୍ଷ ଆଉ ଏକ କେସ୍ କଟକ ଡିଜେଏମ୍ କୋର୍ଟରେ କରିଛନ୍ତି ।
ଅନୁଭବ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଜରିଆରେ ତାଙ୍କର ସମ୍ମାନହାନୀ କରୁଥିବା ବର୍ଷା ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଅନୁଭବଙ୍କ ଘର ଛାଡିବାକୁ ବର୍ଷାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବର୍ଷାଙ୍କୁ ୨ ମାସ ମହଲତ ମିଳିଛି।
କୋର୍ଟଙ୍କ ନିର୍ଦ୍ଦେଶରେ ପତ୍ନୀ ବର୍ଷାଙ୍କୁ ଅନୁଭବ ମହାନ୍ତି ୩୦ ହଜାର ଟଙ୍କା ଦେଇଥିଲେ। ବିକଳ୍ପ ରହଣି ପାଇଁ ବର୍ଷାଙ୍କ ଆକାଉଣ୍ଟରେ ଅନୁଭବ ଏହି ଟଙ୍କା ଡିପୋଜିଟ୍ କରିଥିଲେ। ବିକଳ୍ପ ରହଣି ପାଇଁ ବର୍ଷାଙ୍କୁ ମାସିକ ୩୦ ହଜାର ଦେବାକୁ କୋର୍ଟ କହିଥିଲେ।

Related Posts

Seo wordpress plugin by www.seowizard.org.