ଶର୍ମିଷ୍ଠାଙ୍କୁ ଫେରାର ହେବା ପାଇଁ ୧୦ ହଜାର ଟଙ୍କା,ଗାଡି ଯୋଗାଇ ଦେଇଥିଲେ ନିରଞ୍ଜନ
ଭୁବନେଶ୍ୱର,୨ ।୪: ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟାମାମଲାର ଗୁମର ଧିରେ ଧିରେ ଖୋଳୁଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ ଫେରାର କରାଇଥିବା କ୍ରାଇବ୍ରାଞ୍ଚ ଆଗରେ ସତା ମାନିଛନ୍ତି ।
ଶର୍ମିଷ୍ଠାଙ୍କୁ ଯାଜପୁର କାଳିଆପାଣିକୁ ଫେରାର କରାଇଥିଲେ ନିରଞ୍ଜନ। ଫେରାର ପାଇଁ ୧୦ ହଜାର ଟଙ୍କା ଓ ଗାଡ଼ି ଯୋଗାଇ ଦେଇଥିଲେ ନିରଞ୍ଜନ।ପଞ୍ଚମ ଦିନ ଜେରା ବେଳେ ନିରଞ୍ଜନ ଏହି ବଡ଼ ଖୁଲାସା କରିଛନ୍ତି।
ମାନସଙ୍କୁ ଅପହରଣ ଦିନ ନିରଞ୍ଜନ ଦୟାଲ ଆଶ୍ରମ ଯାଇଥିଲେ। ସେହିଦିନ ନିରଞ୍ଜନ ଶର୍ମିଷ୍ଠାଙ୍କ ‘ସଂପୂର୍ଣ୍ଣ’ ଅଫିସ ମଧ୍ୟ ଯାଇଥିବା ନେଇ ସୂଚନା ମିଳିଛି। ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ୱର ସ୍ଥିତ ‘ସଂପୂର୍ଣ୍ଣ’ ଅଫିସ୍ରେ ଛାନ୍ଭିନ୍ ଆରମ୍ଭ କରିଛି। ଅଫିସ୍କୁ ପୂରା କର୍ଡନ କରି କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ କରିଛି।
୫ ଦିନିଆ ରିମାଣ୍ଡର ଆଜି ଶେଷ ଦିନ ହୋଇଥିବାରୁ ଗିରଫ ଶର୍ମିଷ୍ଠା, ନିରଞ୍ଜନ, ଝୁନା, ରାଜ୍ଙ୍କଠୁ ଅଧିକ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା ହେଉଛି। ପ୍ରକୃତରେ କେଉଁ କାରଣ ପାଇଁ ମାନସଙ୍କୁ ହତ୍ୟା କରାଗଲା ?ସେ ସମ୍ପର୍କରେ ତଦନ୍ତ ଚାଲିଛି। ତେବେ ହତ୍ୟାର ପ୍ରମୁଖ କାରଣ ଏବେ ଯାଏ ତଦନ୍ତକାରୀ ସଂସ୍ଥା ହାତରେ ଲାଗିନି।