Odisha News

ରାଜଧାନୀରେ ଅଣାୟତ ସବୁଜ ଜହର କାରବାର, ପୁଣି ଜବତ୍ ହେଲା ୧ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ

ଭୁବନେଶ୍ୱର, ୧୮/୩: ମା’ ଗଞ୍ଜେଇ ଚୋରାଚାଲାଣର ଥିଲା ମାଷ୍ଟରମାଇଣ୍ଡ। ମା’କୁ ଏହି କାମରେ ସାହାଯ୍ୟ କରୁଥିଲା ଏମ୍ସିଏ ପଢ଼ୁଆ ପୁଅ। ମା’ପୁଅ ଗଞ୍ଜେଇ ବିକ୍ରି କରି ହେଉଥିଲେ ମାଲେମାଲ। ପୁଲିସ କୌଣସି ସୂତ୍ରରୁ ଖବର ପାଇ ତାଙ୍କ ଘରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ମା’ପୁଅକୁ ଗିରଫ କରିଛି। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଆଜି ମା’ପୁଅକୁ କୋର୍ଟ ଚାଲାଣ କରାଯିବ।
ସୂଚନା ଅନୁସାରେ, ମା’ ପୁଅ ଭୁବନେଶ୍ୱର ଭରତପୁର ସ୍ଥିତ ଘରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପୁଲିସ ଚଢ଼ଉ କରି ତାଙ୍କ ଘରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା। କନ୍ଧମାଳରୁ ଗଞ୍ଜେଇ ଆଣି ମା’ପୁଅ ବିଭିନ୍ନ ରାଜ୍ୟକୁ ଚୋରାଚାଲାଣ କରୁଥିବା ଜଣାଯାଇଛି। ସେମାନେ ଦୀର୍ଘ ଦୁଇରୁ ତିନି ବର୍ଷ ହେବ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ କରୁଥିଲେ।
ସେମାନଙ୍କ ଚେର କେତେ ବାଟ ଯାଏ ଲମ୍ବିଛି, ପୁଲିସ ଖୋଳତାଡ଼ କରୁଛି। ଏମ୍ସିଏ ପାସ ଆଉଟ୍ ଯୁବକ କିପରି ଏପରି କାମରେ ସାମିଲ ହୋଇଥିଲେ ତାହାକୁ ସାଧାରଣରେ ଚର୍ଚ୍ଚା ହେଉଛି।

Related Posts

Seo wordpress plugin by www.seowizard.org.