Odisha News

ଯୁକ୍ତ୨ ଆଡମିଶନ ପାଇଁ ପ୍ରକାଶ ପାଇଲା କଟ୍‌ଅଫ୍‌ମାର୍କ ତାଲିକା : ବିଜ୍ଞାନ, ବାଣିଜ୍ୟରେ ରେଭେନ୍ସା ଓ କଳାରେ କୃଷ୍ଣପ୍ରସାଦ ଶୀର୍ଷରେ

ଭୁବନେଶ୍ୱର,୧୭/୮: ଯୁକ୍ତ୨ ଆଡମିଶନ ପାଇଁ ପ୍ରକାଶ ପାଇଲା କଟ୍ଅଫ୍ ମାର୍କ ତାଲିକା। ତାଲିକାରେ ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା, କଳାରେ କୃଷ୍ଣପ୍ରସାଦ ଶୀର୍ଷରେ ରହିଛି। ରେଭେନ୍ସା ଟପ୍ ସ୍ଥାନରେ ରହିବା ସହ ଏଠାରେ ବିଜ୍ଞାନରେ ସାଧାରଣ ବର୍ଗଙ୍କ ନାମଲେଖା ପାଇଁ ୯୪.୩୩% କଟ୍ଅଫ୍ ମାର୍କ ରହିଛି।
ସେହିପରି ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ହାଇୟର ସେକେଣ୍ଡେରା ସ୍କୁଲ ଦ୍ୱିତୀୟ, ୯୩% କଟଅଫ୍ ସହ ଭୁବନେଶ୍ୱର ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି।
ସେହିପରି ରେଭେନ୍ସାର ବାଣିଜ୍ୟରେ ନାମଲେଖା ପାଇଁ ୮୪.୧୭% କଟ୍ଅଫ୍ ମାର୍କ ରହିଛି। ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୨ୟ ସ୍ଥାନରେ ରହିବା ସହ ଏଠାରେ କଟ୍ଅଫ୍ ମାର୍କ ୮୦.୬୭% ଓ ବିଜେବି କଲେଜ ତୃତୀୟରେ ରହିବା ସହ ଏଠାରେ କଟ୍ଅଫ୍ ମାର୍କ ୭୯.୮୩% ରହିଛି।
କଳାରେ କୃଷ୍ଣପ୍ରସାଦ କନ୍ଦାଖାଇ କଲେଜ ଟପ୍ ସ୍ଥାନରେ ରହିବା ସହ ଏଠାରେ ପାଠପଢ଼ିବା ନିମନ୍ତେ ୮୩.୫୦% କଟ୍ଅଫ୍ ମାର୍କ ରହିଛି।
ରେଭେନ୍ସା ୨ୟ ସ୍ଥାନରେ ରହିବା ସହ ଏଠାରେ କଟ୍ଅଫ୍ ମାର୍କ ୮୩.୩୩% ଓ ନରସିଂହପୁର କଲେଜ ୩ୟ ସ୍ଥାନରେ ରହିବା ସହ ଏଠାରେ ନାମଲେଖା କଟ୍ଅଫ୍ ମାର୍କ ୮୩.୧୭% ରହିଛି।
ଛାତ୍ରଛାତ୍ରୀମାନେ samsodisha.gov.in କୁ ଯାଇ ସେମାନଙ୍କ ନାମଲେଖା ଷ୍ଟାଟସ୍ ଜାଣିପାରିବେ। ଚଳିତମାସ ୧୯ ତାରିଖରୁ ୨୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏହି ଫାଷ୍ଟମେରିଟ ଅନ୍ତର୍ଗତ ନାମଲେଖା ପ୍ରକ୍ରିୟା ଚାଲିବ।

Related Posts

Seo wordpress plugin by www.seowizard.org.