Odisha News

ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବୌଦ୍ଧ,୧୯/୧ : ଭାରସାମ୍ୟ ହରାଇ ସେଫ୍ଟି ପୋଲ ବାଡ଼ାରେ ପିଟି ହେଲା ବସ୍। ଏହି ଦୁର୍ଘଟଣାରେ ୪ ବସ୍ ଯାତ୍ରୀ ଗୁରୁତର ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଆଜି ସକାଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜାତୀୟ ରାଜପଥ କରଡାକୋଠାଠାରେ ଘଟିଛି।
‘ବେଲୁନ’ ନାମକ ଘରୋଇ ବସ୍ ଗତ ରାତିରେ ୪୦ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ସମ୍ବଲପୁର ଜିଲ୍ଲା ଉଲୁଣ୍ଡା ଅଭିମୁଖେ ବାହାରିଥିଲା। ଆଜି ଭୋର ସମୟରେ ବସ୍ଟି କରଡ଼ାକୋଠାଠାରେ ଜାତୀୟ ରାଜପଥରେ ଯାଉଥିବା ବେଳେ ଘନ କୁହୁଡ଼ି ହେତୁ କିଛି ଦୃଶ୍ୟମାନ ହେଉ ନ ଥିଲା। ଫଳରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ସେଫ୍ଟି ପୋଲରେ ପିଟି ହୋଇଥିଲା। ଏହାପରେ ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନରେ ବସ୍ ଚକା ଖସି ପଡ଼ିଥିଲା।
ଏହି ଦୁର୍ଘଟଣାରେ ଥିବା ବସ୍ ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସ୍ଥାନୀୟ ଲୋକେ ଓ ପୁଲିସ୍ ତୁରନ୍ତ ଗୁରୁତରଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବସ୍ର ଅବଶିଷ୍ଟ ଯାତ୍ରୀଙ୍କୁ ଅନ୍ୟ ଏକ ବସ୍ରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇ ଦିଆଯାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Posts

Seo wordpress plugin by www.seowizard.org.