ମୁନିଗୁଡାରେ ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ରଙ୍କ ଦ୍ଵାରା ପ୍ରସ୍ତାବିତ ସାମ୍ଵାଦିକ ଭବନର ଜମି ଚିହ୍ନଟ ଓ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ
Ground-breaking ceremony of Muniguda Sambadika Bhawan held
By Dr Gouranga Charan Rout
Rayagada, July 19: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦର ମହକୁମାରେ ଆଜି ମୁନିଗୁଡା ସାମ୍ଵାଦିକ ସଙ୍ଘର ସଭ୍ୟ ମାନଙ୍କ ଦ୍ୱାରା ଜଳଯୋଗାଣ କାର୍ଯାଳୟ ର ଡାହାଣ ପାର୍ଶ୍ଵରେ ଥିବା ସରକାରୀ ଜମି ରେ ସାମ୍ବାଦିକ ଭବନ ନିମନ୍ତେ ଆଜି ଜମି ଚିହ୍ନଟ ଓ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡା ସାମ୍ବାଦିକ କ୍ଲବର ସଭାପତି ରାଜିବ ଲୋଚନ ଦାଶଙ୍କ ପୌରହିତ୍ୟରେ ସବୁ ସଙ୍ଘର ସାମ୍ବାଦିକମାନେ ଏକତ୍ରିତ ହୋଇ ଥିଲେ। ବରିଷ୍ଠ ସାମ୍ବାଦିକ ତଥା ଲେଖକ ଶ୍ରୀ ଗୌରାଙ୍ଗ ଚରଣ ରାଉତ ଙ୍କ ଦ୍ଵାରା ନଡିଆ ଭାଙ୍ଗିବା ସହ ଶୁଭ ଉଦ୍ଘାଟନ କରି ପୂଜାର୍ଚ୍ଚନା କ୍ରମକୁ ଆଗକୁ ନେଇଥିଲେ। ସେହିଭଳି ବିଜେପିର ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ।
ମୁନିଗୂଡା ର ଅଞ୍ଚଳରେ ଥି ବା ସମସ୍ତ ଇଲୋକଟ୍ରୋନିକ ମିଡିଆ, ପ୍ରିଣ୍ଟମିଡିଆ, ସୋସିଆଲ ମିଡ଼ିଆ, ଓ ଫେସବୁକ ସାମ୍ଵାଦିକ ଯୋଗଦେଇଥିଲେ। ସେମାନେ ହେଲେ ସାମ୍ବାଦିକ ନିରଞ୍ଜନ ସାହୁ, ଗଣେଶ୍ଵର ରାଓ, ସୁକାନ୍ତ କୁମାର ବେହେରା, ମନୋରଞ୍ଜନ ଦଳେଇ, ସୂର୍ଯ୍ୟ କାନ୍ତ ଵେହେରା, ସିମାଞ୍ଚଳ ପଣ୍ଡା, ହାତି ପଣ୍ଡା, ନନ୍ଦ କିଶୋର ପଟ୍ଟନାୟକ, ଗଣେଶ ପ୍ରସାଦ ପାତ୍ର, ଉମାକାନ୍ତ ନିମାଲ ପୁରୀ, ସଞ୍ଜୟ ନାଗ, ପ୍ରମୋଦ କୁମାର ସାହୁକାର,ଲାଡି ଶାଙ୍କିରି, ନରେଶ ପାତ୍ର, ଧନୁ କୁସୁଲିଆ, କ୍ଷମାସାଗର ଦାଶ, ପଦ୍ମ ଵେହେରା, ପ୍ରସାଦ ସାହୁକାର ଙ୍କ ସମେତ ଅନ୍ୟାନ୍ୟ ସାମ୍ଵାଦିକ ମାନେ ଉପସ୍ଥିତ ଥିଲେ। ଏହି ସଙ୍ଘିୟ କାର୍ଯ୍ୟାଳୟ ପାଇଁ ସାମ୍ବାଦିକମାନେ ବହୁଦିନରୁ ଜିଲ୍ଲାପାଳଙ୍କ ଠାରେ ଜାଗା ପାଇଁ ଦାବି କରିଆସୁଥିଲେ। ଆଜି ଆମର ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରାମଚନ୍ଦ୍ର ତାଙ୍କ ପରିଷଦ ଫଣ୍ଡରୁ ଦୁଇଲକ୍ଷ ଟଙ୍କା ଏହି ସାମ୍ବାଦିକ ଭବନ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେବା କୁ ପ୍ରତିଶୃତି ଦେଇଛନ୍ତି ଏବଂ ଏହି ଭବନ ର ଜମି ପାଇଁ ଆସନ୍ତା କାଲି ଜିଲ୍ଲା ପାଳ, ଉପଜିଲ୍ଲାପାଳ, ତହସିଲଦାର ଙ୍କୁ ଭେଟ କରି ଲିଖିତ ଦେବା ପାଇଁ ଆମ ସହିତ ସହଯୋଗ କରିବେ ବୋଲି ସଭ୍ୟ କହିଛନ୍ତି,,। ଏତଦ୍ ବ୍ୟତୀତ ଶ୍ରୀ ଵେହେରା କହିଛନ୍ତି ଆଜିସାମ୍ବାଦିକ ମାନେ ଏକ ମନ ଏକ ସ୍ବରରେ ଗୋଟିଏ ସରଳ ରେଖାରେ ଛିଡାହୋଇ ସାମ୍ଵାଦିକ ଏକତା ହୋଇଥିବାରୁ ମୁଁ ବହୁତ ଖୁସି ଭଗଵାନ ଏହି ଏକତା ଦୀର୍ଘାୟୁ କରନ୍ତୁ ବୋଲି କାମନା କରିଛନ୍ତି।