Odisha News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୋନୁ ସୁଦ୍

ଭୁବନେଶ୍ବର, ୨୮/୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲିଉଡ ଅଭିନେତା ସୋନୁ ସୁଦ୍ ଆଜି ଭେଟିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅଭିନେତା ସୋନୁ ସୁଦ୍ଙ୍କ ଏହି ସୌଜନ୍ୟମୂଳକ ଭେଟ ହୋଇଛି । ଏହି ଅବସରରେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ସୋନୁ ସୁଦ୍ ୭୦ରୁ ଅଧିକ ଲୋକଙ୍କୁ ରାଜ୍ୟକୁ ଫେରିବାରେ ସହାୟତା କରିଥିଲେ ।
କେନ୍ଦ୍ରାପଡାର ସମସ୍ତେ ସେତେବେଳେ ଘରକୁ ଫେରିବା ପାଇଁ ନିବେଦନ କରିବା ପରେ ସୋନୁ ତାଙ୍କୁ ଫେରାଇ ଆଣିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ସେତେବେଳେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।

Related Posts

Seo wordpress plugin by www.seowizard.org.