Odisha News

ମଝି ଆକାଶରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି; ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ

ଭୁବନେଶ୍ୱର,୪/୯: ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଇଣ୍ଡିଗୋର ଏକ ବିମାନ ଜରୁରୀ ଅବତରଣ କରିଛି । ଏହି ବିମାନଟି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିଲା । ଉଡ଼ାଣର ଅଳ୍ପ କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।
ଆଉ ଏହାପରେ ପାଇଲଟ ବିମାନଟିକୁ ବିମାନବନ୍ଦରକୁ ଫେରାଇଆଣିଥିଲେ । ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋ ବିମାନର ୬ଇ ୨୦୬୫ ଉଡାଣ ଆରମ୍ଭ କରିଥିଲା । ତେବେ ଉଡ଼ାଣର ୨୫ ମିନିଟ ପରେ ବିମାନର ବାମ ପାର୍ଶ୍ୱ ଇଂଜିନରେ ସମସ୍ୟା ଥିବାର ଜଣାପଡିଥିଲା ।
ଏହାପରେ ପାଇଲଟ ବିମାନଟିକୁ ବିମାନବନ୍ଦରକୁ ଫେରାଇ ଆଣିବାକୁ ଏଟିସି ସହ ଯୋଗାଯୋଗ କରିଥିଲେ । ଆଉ ଏଟିସିର ଅନୁମତି ପରେ ବିମାନଟି ଜରୁରୀ ଅବତରଣ କରିଛି ।ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଏବେ ବିମାନଟି ଭୁବନେଶ୍ୱର ବିମାନବନ୍ଦରରେ ଅଛି ।

Related Posts

Seo wordpress plugin by www.seowizard.org.