Odisha News

ଭିଜିଲାନ୍ସ ଜାଲରେ ଆରଏମସିର ମାର୍କେଟ ସରକାର, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍

ଯାଜପୁର, ୨୮/୪: ଆରଏମସିର ମାର୍କେଟ ସରକାର ଭାବେ କାର୍ଯ୍ୟରତ ଗୟାଧର ସାହୁଙ୍କ ବାସଭବନ ଏବଂ ଭଡ଼ା ଦିଆଯାଇଥିବା ଘରେ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବାର ଖବର ମିଳିଛି।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯାଜପୁର ଟାଉନ ଥାନା ଅଞ୍ଚଳ ସନ୍ଥେଶ୍ବରପୁରସ୍ଥିତ ଗୟାଧର ସାହୁଙ୍କ ବାସଭବନ ଏବଂ ଭଡା ଦିଆଯାଇଥିବା ଘରେ ଏହି ଚଢ଼ାଉ ଚାଲିଛି।
ତାଙ୍କ ନାମରେ ପୂର୍ବରୁ କୋର୍ଟରେ ଅଭିଯୋଗ ହୋଇଥିବା ବେଳେ କୋର୍ଟର ନିର୍ଦେଶକ୍ରମେ ଭିଜିଲାନସ ଚଢ଼ାଉ ଜାରି ରହିଛି। ତେବେ ତାଙ୍କ ଘରୁ କେତେ ଟଙ୍କା, ସୁନା ଆଦି ଜବତ ହୋଇଛି ତାହା ଜଣାପଡ଼ିନାହିଁ। ଏଣେ ତାଙ୍କ ସଂପତ୍ତିର ଆକଳନ ଚାଲିଛି।

Related Posts

Seo wordpress plugin by www.seowizard.org.